Categories: ଖେଳ

ରାଜ୍ୟ ଆସୋସିଏଶନ ନିର୍ବାଚନ ପାଇଁ ତାରିଖ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ,୬।୯(ପିଟି)- ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇ ପରିଚାଳନା ପାଇଁ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ଅନ୍ତିମ ତାରିଖକୁ ଦୁଇ ସପ୍ତାହ ଘୁଞ୍ଚାଇ ଦେଇଛି। ଫଳରେ ରାଜ୍ୟ ଆସୋସିଏଶନଗୁଡ଼ିକୁ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ପାଇଁ ଅଧିକ ସମୟ ମିଳିଛି। ପୂର୍ବରୁ ୧୪ ତାରିଖକୁ ଅନ୍ତିମ ଦିନ ଭାବେ ଧାର୍ଯ୍ୟ କରାଯାଇଥିଲା। ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ସମୟସୀମା ୧୪ରୁ ଘୁଞ୍ଚାଇ ୨୮ ତାରିଖ କରାଯାଇଛି ବୋଲି ସିଓଏ ପକ୍ଷରୁ କୁହାଯାଇଛି। ଆଉ ତାରିଖ ଖୁଞ୍ଚାଇବା ସମ୍ଭବ ନୁହେଁ। କାରଣ ବିସିସିଆଇର ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଥିପୂର୍ବରୁ ରାଜ୍ୟ ଶାଖାର ନିର୍ବଚନ ପ୍ରକ୍ରିୟା ଶେଷ ହୋଇଥିବା ଦରକାର। ଯାହାଫଳରେ ସେମାନଙ୍କ ପ୍ରତିନିଧିମାନେ ବିସିସିଆଇ ନିର୍ବାଚନରେ ଅଂଶଗ୍ରହଣ କରିପାରିବେ। କିଛି ରାଜ୍ୟ ଆସୋସିଏଶନ ଓ ଇଲେକ୍ଟୋରାଲ ଅଫିସରଙ୍କ ଅନୁରୋଧ କ୍ରମେ ତାରିଖ ଘୁଞ୍ଚାଯାଇଛି।

Share