Categories: ଖେଳ

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌: ରବୀନ୍ଦ୍ର ଚାମ୍ପିୟନ

ଭୁବନେଶ୍ୱର, ୧୦।୬(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଚେସ୍‌ କ୍ଲବ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଶେଷ ହୋଇଥିବା ୪ର୍ଥ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ରବୀନ୍ଦ୍ର ଓଝା ଚାମ୍ପିୟନ ହୋଇଛନ୍ତି। ତାପଙ୍ଗସ୍ଥିତ କବିରାଜ ଚିନ୍ତାମଣୀ ବିଦ୍ୟାପୀଠରେ ଆୟୋଜିତ ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ କଟକର ରବୀନ୍ଦ୍ର ପୂରା ୬ ପଏଣ୍ଟ ପାଇ ଟାଇଟଲ ହାସଲ କରିଛନ୍ତି। ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫ ଓ ମାନସରଞ୍ଜନ ପରିଡ଼ା ୪.୫ ପଏଣ୍ଟ ସହିତ ପରବର୍ତ୍ତୀ ୨ ସ୍ଥାନରେ ରହିଛନ୍ତି। ୧୫ ଜଣଙ୍କୁ ମୁଖ୍ୟ ପୁରସ୍କାର ସମେତ ୬ ସ୍କୁଲ ପିଲା ଏବଂ ୯ ଖେଳାଳିଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧାଜିଲା ଚେସ୍‌ କ୍ଲବ ସମ୍ପାଦକ ୟୁସୁଫ କଳାପାହାଡ଼, ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share