ରାଜ୍ୟ ଖାଦ୍ୟ ସୁରକ୍ଷା ସେବା ଯୋଜନାରେ ୬୬୦ ହିତାଧିକାରୀ ସାମିଲ

ସାକ୍ଷୀଗୋପାଳ,୬।୧୨(ଡି.ଏନ୍‌.ଏ.) : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍‌ ପଡ଼ିଥିବା ୬୬୦ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ସେବାରେ ସାମିଲ କରାଯାଇଛି। ଏହ ସମସ୍ତ ପରିବାରକୁ ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯିବ। ସତ୍ୟବାଦୀ ବ୍ଲକ କର୍ଯ୍ୟାଳୟରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଶୁକ୍ରବାର ରାଶନକାର୍ଡ ପ୍ରଦାନ କରି ପୁରୀ ଜିଲାରେ ୭ ହଜାର ଗରିବ ପରିବାରକୁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ସେବାରେ ସୁବିଧା ଯୋଗାଇ ଦିଆଯାଇଥିବା କହିଛନ୍ତି। ଅବଶିଷ୍ଟ ଗରିବ ପରିବାରକୁ ଆସନ୍ତା ଏକମାସ ମଧ୍ୟରେ ରାଶନ କାର୍ଡ଼ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରହିଥିବା ବିଧାୟକ କହିଛନ୍ତି। ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଜିଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଉପାଧ୍ୟକ୍ଷ ବିକ୍ରମ ଜେନା ଯୋଗଦେଇଥିବା ବେଳେ ସତ୍ୟବାଦୀ ବ୍ଲକ ଯୋଗାଣ ନିରୀକ୍ଷିକା ଜୟନ୍ତୀ ହରିଚନ୍ଦନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।