ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଦିତ୍ୟ ପାଢ଼ୀ

ଭୁବନେଶ୍ୱର, ୧୯।୮(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଦିତ୍ୟ ପ୍ରସାଦ ପାଢ଼ୀ। ଦାୟିତ୍ୱ ଗ୍ରହଣ ପରେ ପାଢ଼ୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। ମୁଁ ଏହାକୁ ସୂଚାରୁ ଭାବେ ତୁଲାଇବା ପାଇଁ ଚେଷ୍ଟା କରିଛି।
ଅନ୍ୟପକ୍ଷରେ ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ନିର୍ବାଚନ କମିଶନର ସୁରେନ୍ଦ୍ର କୁମାର ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ନିର୍ବାଚନ ଲାଗି ସମସ୍ତ ପ୍ରସ୍ତୁତି ସରିଛି। ଆଇନଗତ ଅସୁବିଧା ଯୋଗୁ ନିର୍ବାଚନ ହୋଇ ନାହିଁ। ଅସୁବିଧା ଦୂର ପରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।