Posted inଜାତୀୟ

‘ରାଜ୍ୟ ପୋଲିସର ସ୍ବାୟତ୍ତତା ସ୍ପଷ୍ଟ ହେଉ’

ନୂଆଦିଲ୍ଲୀ,୧୬ା୭: ଏନ୍‌ଆଇଏ (ସଂଶୋଧନ) ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଜଣାଇଛି। ଦଳ ପକ୍ଷରୁ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ, ରାଜ୍ୟ ପୋଲିସର ବିନା ପରାମର୍ଶରେ ସମ୍ପୃକ୍ତ ରାଜ୍ୟରେ ତଦନ୍ତ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସ୍ପଷ୍ଟ କରିବା ଆବଶ୍ୟକ। ରାଜ୍ୟ ପୋଲିସକୁ ସୂଚନା ନ ଦେଇ ଏନ୍‌ଆଇଏ ଦ୍ୱାରା ତଦନ୍ତକୁ ଭର୍ତ୍ତୃହରି ବିରୋଧ କରିଥିଲେ। ଏଥିସହିତ ସ୍ବତନ୍ତ୍ର ଏନ୍‌ଆଇଏ ଅଦାଲତ କେନ୍ଦ୍ର ନା ରାଜ୍ୟ ସରକାର କିଏ ନିଯୁକ୍ତ କରିବ ବୋଲି ସେ ଜାଣିବାକୁ ଚାହିଁଥିଲେ।
ଭର୍ତ୍ତୃହରି କହିଥିଲେ, ଏନ୍‌ଆଇଏର ତଦନ୍ତ ପରିସର ବୃଦ୍ଧି ପାଇବା ଆବଶ୍ୟକ। ରାଜ୍ୟ ପୋଲିସର ବିନା ପରାମର୍ଶରେ ଏନ୍‌ଆଇଏ ତଦନ୍ତ କରିପାରିବ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି। ସଂଘୀୟ ଶାସନ ବ୍ୟବସ୍ଥାରେ ସର୍ବୋଚ୍ଚ ପୋଲିସ ଅଧିକାରୀ ମଧ୍ୟ ଦେଶର ସେବକ। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଡିଜିପିଙ୍କୁ ସୂଚନା ଦିଆଯିବ ବୋଲି ବିଲ୍‌ରେ କୁହାଯାଇଛି। କୋଲକାତା ପୋଲିସ କମିଶନରଙ୍କ ମାମଲାର ଉଦାହରଣ ଦେଇ ଭର୍ତ୍ତୃହରି କହିଥିଲେ, ସେଠାରେ ସିବିଆଇ ଏବଂ ରାଜ୍ୟ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ବାହିନୀ ମଧ୍ୟରେ ସେଭଳି ପରିସ୍ଥିତି ସୃଷ୍ଟି ନ ହେବା ଉଚିତ। ବିଦେଶରେ ତଦନ୍ତ କଲାବେଳେ ସମ୍ପୃକ୍ତ ରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ସହ ପରାମର୍ଶ କରିବା ବ୍ୟବସ୍ଥା ବିଲ୍‌ରେ ରହିଛି। ତେବେ ନିଜ ଦେଶରେ ଅନ୍ତତଃପକ୍ଷେ ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀଙ୍କ ସହ କ’ଣ ପାଇଁ ପରାମର୍ଶ କରାଯିବ ନାହିଁ ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ସମନ୍ବୟ ନ ଥିଲା: କଂଗ୍ରେସ

ମୁମ୍ବାଇ, ୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ ମହା ବିକାଶ ଅଘାଡ଼ି ମେଣ୍ଟରେ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। ମହା ବିକାଶ ଅଘାଡ଼ି(ଏମ୍‌ଭିଏ)...

ପୋଲିସ ଗୁଳିରେ ୪ ମୃତ

ସମ୍ଭଲ(ୟୁପି),୨୫ା୧୧: ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ଏକ ମସ୍‌ଜିଦରେ ରବିବାର ସକାଳେ ସର୍ଭେ ଚାଲିଥିବାବେଳେ ପୋଲିସ ଓ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଉକ୍ତ...

ଆଜିଠୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ସୋମବାର ଆରମ୍ଭ ହେଉଛି। ଏହା ପୂର୍ବରୁ ରବିବାର ବସିଥିବା ସର୍ବଦଳୀୟ ବୈଠକରେ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ପାଇଁ କେନ୍ଦ୍ର ସରକାର...

ସମ୍ବିଧାନ ଦିବସ ପାଇଁ ପାର୍ଲାମେଣ୍ଟରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୪ା୧୧: ୧୯୪୯ ନଭେମ୍ବର ୨୬ରେ ସେଣ୍ଟ୍ରାଲ ହଲ୍‌ରେ ଅନୁଷ୍ଠିତ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହୋଇଥିଲା। ଏହାର ୭୫ତମ ବାର୍ଷିକୀ ନିମନ୍ତେ ମଙ୍ଗଳବାରଠାରୁ ବର୍ଷବ୍ୟାପୀ ଉତ୍ସବ...

ମସଜିଦ ସର୍ଭେ ସମୟରେ ହିଂସା: ପଥରମାଡ଼ରେ ୩ ମୃତ, ଇଣ୍ଟରନେଟ ବନ୍ଦ

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ଜାମା ମସଜିଦରେ ସର୍ଭେ ସମୟରେ ହିଂସା ଘଟି ସେଥିରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜିଲାର ଆରକ୍ଷୀ ଅଧିକ୍ଷକ(ଏସପି) ଏହି ଖବରକୁ ନିଶ୍ଚିତ...

ଓଡ଼ିଶା ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମନେ ପକାଇ…

ନୂଆଦିଲ୍ଲୀ,୨୪।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସାରେ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ପର୍ବ-୨୦୨୪ରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ...

ପର୍ଥରେ ଚୌକା-ଛକା ବର୍ଷା: ୪୯୧ ଦିନ ପରେ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି 

ପର୍ଥ,୨୪।୧୧: ଅଷ୍ଟ୍ରେଲିଆରେ ଚମକିଲେ ବିରାଟ କୋହଲି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ...

ମହାରାଷ୍ଟ୍ରରେ ବିରଳ ଘଟଣା, ଛଅ ଦଶକ ମଧ୍ୟରେ ପ୍ରଥମ ଥର ହେଲା ଏମିତି…

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ରର ୧୫ତମ ବିଧାନସଭାରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। କାରଣ ପ୍ରଥମଥର ପାଇଁ ମହାରାଷ୍ଟ୍ର ବିଧାନସଭା ବିନା ବିରୋଧୀ ଦଳ ନେତାରେ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri