ରାଜ୍ୟ ବାହାରେ ଥିବା ସରକାରୀ ରହଣି ସ୍ଥାନର ବୁକିଂ ସ୍ଥଗିତ

ଭୁବନେଶ୍ୱର,୨୬ା୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହି କ୍ରମରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ର ବିଭାଗ ପକ୍ଷରୁ ଦେଶର ବିଭିନ୍ନ ସହରରେ ଥିବା ଓଡ଼ିଶା ଭବନ, ଓଡ଼ିଶା ସଦନ, ଓଡ଼ିଶା ନିବାସ ଏବଂ ଉତ୍କଳ ଭବନ ଆଦିକୁ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଏ ନେଇ ଗତ ୨୩ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ତେଣୁ ଏହି ସବୁ ସ୍ଥାନରେ ରହଣି ପାଇଁ କୌଣସି ବୁକିଂ କରାଯାଇ ପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀରେ ଓଡ଼ିଶା ଭବନ ଓ ଓଡ଼ିଶା ନିବାସ ରହିଛି। ସେହିପରି ଦ୍ୱାରକାରେ ଓଡ଼ିଶା ସଦନ ରହିଛି। ନଭି ମୁମ୍ବାଇରେ ଓଡ଼ିଶା ଭବନ, କୋଲକାତାରେ ଉତ୍କଳ ଭବନ ଏବଂ ଚେନ୍ନାଇରେ ଓଡ଼ିଶା ଭବନ ରହିଛି।

Share