Categories: ବୌଦ୍ଧ

ରାଜ୍ୟ ବାହାର ଲୋକଙ୍କୁ ଖାଇବାକୁ ଦେଇ ସଙ୍ଗରୋଧ କେନ୍ଦ୍ରକୁ ଗଲେ ହୋଟେଲ ମାଲିକ

ବୌଦ୍ଧ,୧୯ା୫(ସ୍ବ.ପ୍ର.)- ବାହାର ରାଜ୍ୟର କେତେଜଣ ବ୍ୟକ୍ତିଙ୍କୁ ହୋଟେଲରେ ବସାଇ ଖାଇବାକୂୁ ଦେବାରୁ ବୌଦ୍ଧ ସହରର ଏକ ହୋଟେଲ ମାଲିକ ଓ ତାଙ୍କ ଭାଇଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ଯିବାକୁ ପଡିଛି ା
ମିଳିଥିବା ସୂଚନା ଅନୁଯାୟୀ, ସହରର ପୁରୁଣା ବ୍ଲକ ଛକଠାରେ ଥିବା ଏକ ହୋଟେଲରେ ରାଜ୍ୟ ବାହାରର ଲୋକ ଖାଦ୍ୟ ଖାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ ପକ୍ଷରୁ ଉକ୍ତ ହୋଟେଲ ଉପରେ ଚଢାଉ କରାଯାଇଥିଲା ା ପୋଲିସ ହୋଟେଲ ସିଲ୍‌ କରିବା ସହ ମାଲିକ ଓ ତାଙ୍କ ଭାଇକୁ ବୌଦ୍ଧ ମହାବିଦ୍ୟାଳୟଠାରେ ଥିବା ସଙ୍ଗରୋଧ କେନ୍ଦ୍ରକୂୁ ପଠାଇ ଦେଇଛି ା ଏନେଇ ବୌଦ୍ଧ ଏନଏସି କାର୍ଯ୍ୟନିବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ପ୍ରକାଶ କରିଛନ୍ତି ା