Categories: ପୁରୀ

ରାଜ୍ୟ ବାହାର ଶ୍ରମିକ, ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ନିମାପଡ଼ା,୨।୪(ଡି.ଏନ.ଏ.): ଲକଡାଉନ ଘୋଷଣା ପରେ ନିମାପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତରେ ଫସିଥିବା ରାଜ୍ୟ ବାହାର ୧୪୦ଜଣ ଶ୍ରମିକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ ଚାଉଳ, ଡାଲି, ତେଲ, ପନିପରିବା ଓ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ସେହିପରି ଗଡ଼ପଦନପୁର, ସିଲଙ୍ଗ, ଅଲଣ୍ଡା, ନୂଆସନ୍ତ, ବାମନାଳ, ବାହାରେଣା, କୋଟକୋସାଙ୍ଗ ଆଦି ୭ଟି ପଞ୍ଚାୟତରେ ଥିବା ଗରିବ, ନିରାଶ୍ରୟ, ମାନସିକବିକାରଗ୍ରସ୍ତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିବା ବିଡିଓ ମନୋଜ କୁମାର ବେହେରା କହିଛନ୍ତି। ବ୍ଲକ କର୍ମଚାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅଙ୍ଗନଓ୍ବାଡି କର୍ମୀମାନଙ୍କ ସହାୟତାରେ ଅନ୍ୟ ଜାଗାରେ ରହିଥିବା ବାହାର ରାଜ୍ୟର ଶ୍ରମିକ, ଦିନମଜୁରିଆ, ଗରିବମାନଙ୍କୁ ଗ୍ରସେରି ସାମଗ୍ରୀ, ପନିପରିବା, ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏହାସହ ଶ୍ରମିକମାନେ ରହିବା ପାଇଁ ବିଭିନ୍ନ ବିଦ୍ୟାଳୟ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଅଙ୍ଗନଓ୍ବାଡି ଗୃହ ଆଦିରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିତ୍ବା ବିଡିଓ ବେହେରା କହିଛନ୍ତି।