Categories: ଖେଳ

ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୨୯।୮ (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶା ଷ୍ଟେଟ୍‌ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ଓଏସ୍‌ବିଏ) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ବୁଧବାରଠାରୁ ସହିଦ ନଗରସ୍ଥିତ ଇନ୍‌ଡୋର ହଲ୍‌ଠାରେ ଆରମ୍ଭ ହୋଇଯାଇଛି। ରେଢ଼ାଖୋଲ ବିଧାୟକ ତଥା ଓଏସ୍‌ବିଏ ସଭାପତି ରୋହିତ୍‌ ପୂଜାରୀ ଅତିଥି ଭାବେ ଉପସ୍ଥିତ ରହି ଏହାକୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟର ଜଣାଶୁଣା ବ୍ୟାଡ୍‌ମିଣ୍ଟନ ଖେଳାଳି କମଲ ଦାସଙ୍କ ସମେତ ଓଏସ୍‌ବିଏର କର୍ମକର୍ତ୍ତାବୃନ୍ଦ ଏହି ଅବସରରେ ଉପସ୍ଥିତ ରହିଥିଲେ। ଛ’ଦିନ ବ୍ୟାପୀ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୧୩, ୧୫, ୧୭ ଓ ୧୯ ବର୍ଷରୁ କମ୍‌ ବାଳିକା ଓ ବାଳକ ବିଭାଗ ସମେତ ଭେଟେରାନ ବର୍ଗରେ ମଧ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯେଉଁଥିରେ ସିଙ୍ଗଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ। ଓଏସ୍‌ବିଏ ଅଧିନରେ ରେଜିଷ୍ଟର ହୋଇଥିବା ଖେଳାଳି ଏହି ମେଗା ଇଭେଣ୍ଟରେ ଭାଗ ନେଇପାରିବେ।

Share