ରାଜ୍ୟ ଭିତରେ ଚାଲିବ ୫ ସ୍ପେଶାଲ ଟ୍ରେନ୍‌: ଜୁନ୍‌ ୮ରୁ ୩୦ ଯାଏ କରିପାରିବେ ଯାତ୍ରା

ଭୁବାନେଶ୍ୱର,୨।୬(ବ୍ୟୁରୋ): ରାଜ୍ୟ ଭିତରେ ଚାଲିବ ୫ଟି ସ୍ପେଶାଲ ଟ୍ରେନ୍‌। ଜୁନ୍‌ ୮ରୁ ଜୁନ୍‌ ୩୦ ଯାଏ ଏହି ଟ୍ରେନ୍‌ ଚଳାଚଳ କରିବ। ଏନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ମଧ୍ୟରେ ସ୍ପେଶାଲ ଟ୍ରେନ୍‌ ଚାଲିବ। ଏହାଛଡ଼ା ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌-ସମ୍ବଲପୁର, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ମଧ୍ୟରେ ଟ୍ରେନ୍‌ ଚାଲିବ। ପ୍ରତି ଶନିବାର ଏବଂ ରବିବାର ସ୍ପେଶାଲ ଟ୍ରେନ୍‌ ବନ୍ଦ ରହିବ। ଟ୍ରେନ୍‌ ପାଇଁ ଟିକେଟ୍‌ ରିଜର୍ଭେସନ କାଉଣ୍ଟର, ଆଇଆର୍‌ସିଟିସିରୁ ମିଳିବ। କେବଳ ଟିକେଟ୍‌ କନ୍‌ଫର୍ମ ଥିବା ଯାତ୍ରୀଙ୍କୁୁ ଯାତ୍ରା ପାଇଁ ଅନୁମତି ମିଳିବ ବୋଲି ସୂଚନା ମିଳିଛି।

Share