Posted inଜାତୀୟ

ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର

ଶ୍ରୀନଗର/ଲେହ, ୧।୧୧(ପି.ଟି.):ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପରେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଏହି ଭୂଖଣ୍ଡକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଲଦାଖ ରାଜଧାନୀ ଲେହରେ ରାଧାକୃଷ୍ଣ ମାଥୁର ଓ ଶ୍ରୀନଗରରେ ଗିରୀଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ(ଏଲ୍‌ଜି) ଭାବେ ଶପଥ ନେଇଛନ୍ତି।
ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଲେହସ୍ଥିତ ସିନ୍ଧୁ ସଂସ୍କୃତି ଅଡିଟୋରିୟମରେ ୧୯୭୭ ବ୍ୟାଚ୍‌ର ତ୍ରିପୁରା କ୍ୟାଡର ଆଇଏଏସ୍‌ ଅଫିସର ତଥା ପୂର୍ବତନ ପ୍ରତିରକ୍ଷା ସଚିବ ମାଥୁରଙ୍କୁ ଉପରାଜ୍ୟପାଳ ଭାବେ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଲେହ ଓ କାର୍‌ଗିଲ ପାର୍ବତ୍ୟାଞ୍ଚଳ ପରିଷଦର ଅଫିସର, ସେନା ଓ ଅର୍ଦ୍ଧସାମରିକ ବାହିନୀ, ଧାର୍ମିକ ନେତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ପରେ ମୁଖ୍ୟ ବିଚାରପତି ଶ୍ରୀନଗର ଯାଇ ରାଜ ଭବନରେ ମୁର୍ମୁଙ୍କୁ ଶପଥ ପାଠ କରାଇଥିଲେ। ଓଡ଼ିଶା ଜନ୍ମିତ ଗିରୀଶ ମୁର୍ମୁ ୧୯୮୫ ବ୍ୟାଚ୍‌ର ଗୁଜରାଟ କ୍ୟାଡର ଆଇଏଏସ୍‌ ଅଫିସର। ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ଥାଇ ଉପରାଜ୍ୟପାଳ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ସମ୍ଭବତଃ ପ୍ରଥମ ଅଫିସର। ଅର୍ଥ ମନ୍ତ୍ରଣାଳୟରେ ବ୍ୟୟ ବିଭାଗ ସଚିବ ଥିବା ମୁର୍ମୁଙ୍କର ଚଳିତ ମାସ ଶେଷରେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କୁ ଉପରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମୁଖ୍ୟ ସଚିବ ବି.ଭି.ଆର୍‌. ସୁବ୍ରମଣ୍ୟମ୍‌ ମୁର୍ମୁଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ଭାଜପା ଲୋକ ସଭା ସଦସ୍ୟ ଯୁଗଳ କିଶୋର ଓ ରାଜ୍ୟ ସଭା ସଦସ୍ୟ ତଥା ପିଡିପି ସଭ୍ୟ ନାଜିର ଲଓ୍ବେଙ୍କ ସମେତ ୨୫୦ରୁ ଊର୍ଦ୍ଧ୍ୱ ଅତିଥି ଯୋଗଦେଇଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଗିରୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅତି ଘନିଷ୍ଠ ଭାବେ ଜଣାଶୁଣା। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ଗିରୀଶ ତାଙ୍କର ଅତିରିକ୍ତ ପ୍ରମୁଖ ସଚିବ ଥିଲେ।
ଜମ୍ମୁ-କଶ୍ମୀର ରାଷ୍ଟ୍ରପତି ଶାସନାଧୀନ ଥିବାରୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉପରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ରର ପ୍ରତ୍ୟକ୍ଷ ଶାସନାଧୀନ ରହିବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନେଇ ଗୁରୁବାର ସକାଳେ ଦୁଇଟି ଅଲଗା ବିଜ୍ଞପ୍ତି ଜାରି କରିଛନ୍ତି। ପ୍ରଥମ ଥର ଲାଗି ଗୋଟିଏ ରାଜ୍ୟ ଦୁଇଭାଗ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଫଳରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇବା ସହ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବରେଲି,୨୭।୧୧: ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା...

‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ କରିଥିଲେ, ମୁଁ ତାଙ୍କୁ କହିଲି…’

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ? ପ୍ରେସ୍‌ କନଫରେନ୍ସ କରି ଶନ୍ଦେ କଲେ ବଡ଼ ଘୋଷଣା

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସ୍‌ପେନ୍ସ ଜାରି ରହିଛି। ତେବେ ବର୍ତ୍ତମାନ ଏହି ସସପେନ୍ସକୁ କାର୍ଯ୍ୟନିର୍ବାହୀ ସିଏମ ଏକନାଥ ଶିନ୍ଦେ ଶେଷ କରିଛନ୍ତି। ବୁଧବାର...

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଶେଷ ହେଲା ସସ୍‌ପେନ୍ସ

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନକୁ ନେଇ ଏକ ରାଜନୀତି ଗରମ ରହିଛି। ଏବେ ଲାଗୁଛି ଯେ ମହାଯାତୀରେ ସସପେନ୍ସ ଶେଷ...

ଶାନ୍ତ ପଡ଼ିଲେ ଶିନ୍ଦେ: ଆକ୍ସନ ମୋଡ୍‌ରେ ଆସିଲେ ନଜର

ପୁଣେ,୨୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ମିଳିତ ମଞ୍ଚ ‘ମହାୟୁତି’ ବହୁମତ ହାସଲ କରିଛି। ଏଥିରେ କେବଳ ଭାଜପା ୧୩୨ଟି ଆସନରେ ଐତିହାସିକ ବିଜୟ ହାସଲ...

ମହାରାଷ୍ଟ୍ର ରାଜନୀତିରେ ଏହି ବ୍ୟକ୍ତି ହେଉଛନ୍ତି ସିଏମ ମେକର୍‌, କରିବେ ବଡ଼ ଖେଳ!

ମୁମ୍ବାଇ,୨୭।୧୧: ୨୦୨୪ରେ ମହାୟୁତିର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦ ନେଇ ସସପେନ୍ସ ଜାରି ରହିଛି। ଗ୍ରାଣ୍ଡ ଆଲାଇନ୍ସରେ ସର୍ବାଧିକ ଆସନ ଜିତିଥିବା ଦଳଗୁଡ଼ିକ ହେଉଛି...

ସିନ୍ଧିଆ-ରାହୁଲଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା, ଆଗକୁ ହେବ…

ନୂଆଦିଲ୍ଲୀ,୨୭।୧୧: ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ତେବେ ସେଣ୍ଟ୍ରାଲ ହଲ୍‌ରେ ଏହି କାର୍ଯ୍ୟକ୍ରମରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ...

ମୁଖ୍ୟମନ୍ତ୍ରୀ ପଦ ବଦଳରେ ବଡ଼ ସର୍ତ୍ତ ରଖିଦେଲେ ଶିନ୍ଦେ, ଅଡୁଆରେ ଭାଜପା

ମୁମ୍ବାଇ,୨୭।୧୧:ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏନେଇ ମହାୟୁତିରେ ସସପେନ୍ସ ଲାଗି ରହିଛି। କିନ୍ତୁ ଏହାରି ଭିତରେ ଏକନାଥ ଶିନ୍ଦେ କିଛି ଏପରି ସଙ୍କେତ ଦେଇଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri