ଭୁବନେଶ୍ୱର,୩୧।୧(ବ୍ୟୁରୋ): ନୀତି ଆୟୋଗ ଢାଞ୍ଚାରେ ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି, ନିର୍ଦ୍ଦେଶକୁ ଅପେକ୍ଷା ରହିଛି। ଅନ୍ୟ ରାଜ୍ୟର ଯୋଜନା ବୋର୍ଡକୁ ମଧ୍ୟ ଅନୁଧ୍ୟାନ କରାଯାଉଛି। ବିଶେଷକରି କେରଳ ଢାଞ୍ଚାରେ କରିବାକୁ ପ୍ରସ୍ତାବ ଯାଇଛି ବୋଲି ସେ କହିଛନ୍ତି।