Categories: ଖେଳ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୧।୧୦ (କ୍ରୀଡ଼ା ପ୍ରତିନିଧି)-
ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ବଲାଙ୍ଗୀରର ମନୋହରପୁରସ୍ଥିତ ରିଜର୍ଭ ପୋଲିସ ଇନ୍‌ଡୋର ହଲ୍‌ରେ ୪ର୍ଥ ଆର.ଏନ. ସିଂ ଦେଓ ମେମୋରିଆଲ ଅଲ୍‌ ଓଡ଼ିଶା ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଛି। ଏହାର ମହିଳା ସିଙ୍ଗଲ୍ସରେ ସ୍ବେତପଦ୍ମା ଦଳାଇ ଏବଂ ପୁରୁଷ ସିଙ୍ଗଲ୍ସରେ ମହମ୍ମଦ ଆଝାର ଚାମ୍ପିୟନ ହୋଇଛନ୍ତି। ଫାଇନାଲରେ ସ୍ବେତପଦ୍ମା ୪-୧(୯-୧୧, ୧୧-୬, ୧୧-୭, ୧୧-୮, ୧୧-୪)ରେ ମୟୁରୀ ଚାଟାର୍ଜୀଙ୍କୁ ପରାସ୍ତ କରିଛନ୍ତି। ସେହିପରି ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଆଝାର ୪-୦(୧୩-୧୧, ୧୧-୫, ୧୧-୯, ୧୧-୯)ରେ ସ୍ନେହନୟ ମଲିକଙ୍କୁ ହରାଇ ଟାଇଟଲ ହାସଲ କରିଛନ୍ତି। କେବଳ ମହିଳା ସିଙ୍ଗଲ୍ସରେ ନୁହେଁ ସ୍ବେତପଦ୍ମ୍‌ା ସବ୍‌ଜୁନିୟର ଓ ଜୁନିୟର ବାଳିକା ଟାଇଟଲ ଜିତି ତ୍ରିମୁକୁଟ ହାସଲ କରିଛନ୍ତି।
କ୍ୟାଡେଟ ବାଳିକାରେ ସୋହାଲିକା ସଦାବର୍ମନ ଏବଂ ବାଳକରେ ଅନିନ୍ଦ୍ୟ ଅନୁପମ ଦାସ ଚାମ୍ପିୟନ ହୋଇଛନ୍ତି। ସେହିପରି ସବ୍‌ଜୁନିୟର ବାଳିକାରେ ସ୍ବେତପଦ୍ମା, ବାଳକରେ ଅନିନ୍ଦ୍ୟ ଅନୁପମ, ଜୁନିୟର ବାଳିକାରେ ସ୍ବେତପଦ୍ମା, ବାଳକରେ ମୋହିତ ବେହୁରାୟ, ୟୁଥ୍‌ ବାଳକରେ ରୋହିତ ହାଲ୍‌ଦାର ଚାମ୍ପିୟନ ହୋଇଛନ୍ତି। ପୂର୍ବତନ ଏମ୍‌ପି କଲିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି, ବଲାଙ୍ଗୀର ଆଡିଶନାଲ ଏସ୍‌ପି ସୁବାଷ ଚନ୍ଦ୍ର ଜମାଦାର, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ (ହୋମ୍‌ଗାର୍ଡ) କୁମୁଦ ସେଠ୍‌, ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ଆସୋସିଏଶନ କୋଷାଧ୍ୟକ୍ଷ ନିହାର ରଞ୍ଜନ ମିଶ୍ର, ବଲାଙ୍ଗୀର ଜିଲା ଟେବୁଲ ଟେନିସ ଆସୋସିଏଶନ ସମ୍ପାଦକ ସ୍ମୃତିରଞ୍ଜନ ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ରେଫରି କେ.ଏସ.ଏନ. ମୂର୍ତ୍ତୀ, ସହକାରୀ ରେଫରି ତପନ ଖା, ବିଜନ ଦାସ ମହାପାତ୍ର, ସୁଜିତ କୁମାର ରାୟ, ଏମ. ଚିନ୍ନା ରାଓ ପ୍ରମୁଖ ଉପସ୍ଥିତ ଥିଲେ।

Share