ରାଜ୍ୟ ରାଜପଥରେ ଶୁଖିଲା ଗଛ: ଯାତାୟାତ ଲାଗି ଭୟ କରୁଛନ୍ତି ଲୋକେ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକ ସାଇ ମନ୍ଦିର ନିକଟରେ ଦୁଇଟିି ବଡ଼ ଶୁଖିଲା ଗଛ ଥିବାରୁ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇପଡୁଛନ୍ତି। ବିଭିନ୍ନ ସମୟରେ ଏହିଗଛରୁ ଡାଳ ପଡ଼ି ଅନେକେ ଆହତ ହେଉଥିବା ନଜିର ବି ରହିଛି। ଏତଦ୍‌ବ୍ୟତୀତ ଗଛ ନିକଟରେ କେତେକ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ରହିଛି। ଗଛରୁ ଡାଳ ଖସି କେତେବେଳେ ଯେ, ଅଘଟଣ ଘଟିବ କହି ହେଉନାହିଁ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।