ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ପାଳନ କରାଯିବ ଏସବୁ ନିୟମ

ଭୁବନେଶ୍ୱର,୭ା୬(ବ୍ୟୁରୋ): ରବିବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ମିଳିଛି। ତେବେ ଏହାକୁ ଗାଇବା ସମୟରେ କେଉଁସବୁ ନିୟମ ପାଳନ କରାଯିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା…

୧. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ପୂର୍ଣ୍ଣ ଗୀତଟି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରାଗଲା।

୨. ଗାୟନର ଅନୁମୋଦିତ ସ୍ବର, ଶୈଳୀ, ରେକର୍ଡିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସ୍ଥିର କରିବ।

୩. ଗାୟନର ଅବଧି, ସ୍ବର ତଥା ଶୈଳୀ ରେକର୍ଡିଂ ଅନୁଯାୟୀ ନିର୍ଦ୍ଧାରିତ ହେବ।

୪. ସରକାରୀ କାର୍ଯ୍ୟକ୍ରମ, ବିଧାନସଭା ଅଧିବେଶନରେ ଏହି ସଙ୍ଗୀତ ଗାନ କରାଯିବ।

୫. ଶିକ୍ଷାନୁଷ୍ଠାନ, ସଭାସମିତିରେ ମଧ୍ୟ ଗାନ କରାଯିବ।

୬. ଉଦ୍‌ଘାଟନୀ, ଉଦ୍‌ଯାପନୀ, ଉଦ୍‌ବୋଧନୀ ସଙ୍ଗୀତ ଭାବେ ଗାନ କରାଯିବ।

୭. ପୋଲିସ ବ୍ୟାଣ୍ଡ୍‌, ବଂଶୀ, ସୀତାର ବାଦ୍ୟଯନ୍ତ୍ରରେ ମଧ୍ୟ ପରିବେଷଣ କରାଯିବ।

୮. ପ୍ରଚାର ଓ ପ୍ରସାର ପାଇଁ ସୃଜନାତ୍ମକ ପରିବେଷଣ ଉପରେ କଟକଣା ନାହିଁ।

୯. ସ୍କୁଲ, କଲେଜ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଲାଗି ନିର୍ଦ୍ଦେଶ।

୧୦. ରାଜ୍ୟ ସଙ୍ଗୀତ ଗାନ ସମୟରେ ସମସ୍ତେ ଦଣ୍ଡାୟମାନ ରହିବେ।

୧୧. ରାଜ୍ୟ ସଙ୍ଗୀତ ଗାନ ସମୟରେ ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ, ଗର୍ଭବତୀ ନମ୍ର ଭାବରେ ବସି ସମ୍ମାନ ଜଣାଇବେ।

Share