Categories: ଖେଳ

ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌: ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ

ଭୁବନେଶ୍ୱର, ୩ା୬ (ସ୍ପୋଟର୍‌ସ ବ୍ୟୁରୋ)-ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଚାଲିଥିବା ୬୦ତମ ରାଜ୍ୟ ସନ୍ତରଣ ଚାମ୍ପିୟନଶିପ୍‌ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସୁଇମିଂ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ଗ୍ରୁପ୍‌ ଚାମ୍ପିୟନ ଏବଂ ଭୁବନେଶ୍ୱର ରନର୍ସଅପ୍‌ ହୋଇଛି। ବ୍ୟକ୍ତିଗତ ବିଭାଗ ବାଳକ ଗ୍ରୁପ୍‌-୧ରେ ଯଦୁ ବୁଡେକ୍‌ (ଭୁବନେଶ୍ୱର) ଏବଂ ବାଳିକା ଗ୍ରୁପ୍‌ -୧ରେ ସୋନିଆ ପାଟିଲ ଚାମ୍ପିୟନ ହୋଇଛନ୍ତି। ବାଳକ ଗ୍ରୁପ୍‌ -୨ରେ ଅନମୋଲ୍‌ ମହାନ୍ତି(କଟକ), ବାଳିକା ଗ୍ରୁପ୍‌-୨ରେ ମମତା ମିଶ୍ର (ଭୁବନେଶ୍ୱର) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାଳକ ଗ୍ରୁପ୍‌-୩ ଏବଂ ବାଳିକା ଗ୍ରୁପ୍‌-୩ରେ ଯଥାକ୍ରମେ ସୋହନ ବାରିକ (ସମ୍ବଲପୁର) ଓ ଅଂଶିକା ଆରାଧନା ସାହୁ (ଭୁବନେଶ୍ୱର) ପ୍ରଥମ ହୋଇଛନ୍ତି। ବାଳକ ଓ ବାଳିକା ଗ୍ରୁପ୍‌ ୪ ବିଭାଗରେ ସାହିଲ ମାଝି (କିଟ୍‌) ପ୍ରୀତିପ୍ରଜ୍ଞା ସାହୁ (କଟକ) ଚାମ୍ପିୟନ ହୋଇଛନ୍ତି। ସେହିପରି ପୁରୁଷ ଓ ମହିଳା ବିଭାଗରେ ଯଦୁ ବୁଡେକ୍‌ ଓ ସୋନିଆ ପଟେଲ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉଦ୍‌ଯାପନୀ ଦିବସରେ ସତ୍ୟ ଶିବ ସୁନ୍ଦର ପଣ୍ଡା ଏଜିଏମ୍‌, ଏମ୍‌ସିଏଲ୍‌, ଭୁବନେଶ୍ୱର ଏବଂ ସମ୍ମାନିତ ଅତିଥିଭାବେ ସନାତନ ସାହୁ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ପୋଟର୍‌ସ ଯୋଗ ଦେଇଥିଲେ।

Share