Categories: ଜାତୀୟ

ରାଜ୍ୟ ସଭାରେ ଆଗତ ହେଲା ନାଗରିକତ୍ୱ ସଂଶୋଧନ ବିଲ୍‌

ନୂଆଦିଲ୍ଲୀ, ୧୧।୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବିଲ୍‌ ଆଗତ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଏହି ବିଲ ଉପସ୍ଥାପନ କରାଯାଇଥିଲା। ରାଜ୍ୟସଭା ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ବିଲ୍‌ ଆଗତ କରିବାକୁ ଅନୁମତି ପ୍ରଦାନ କରିବା ପରେ ଶାହା ବିଲ୍‌ର ପୃଷ୍ଠଭୂମି ଉପରେ ସବିଶେଷ ତଥ୍ୟ ଉପସ୍ଥାପନ କରୁଛନ୍ତି। ୬ ଘଣ୍ଟା ଧରି ଏହି ବିଲ ଉପରେ ଆଜି ବିତର୍କ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ହେବ ନାହିଁ। ସୋମବାର ଦିନ ଏହି ସଂଶୋଧନ ବିଧେୟକକୁ ବହୁ ବାଦବିବାଦ ମଧ୍ୟରେ ଲୋକ ସଭାରେ ଅନୁମୋଦନ ମିଳିଛି।

Share