Categories: ଜାତୀୟ

ରାଜ୍ୟ ସଭାରେ ସରୋଗେସି ବିଲ୍‌: ସର୍ତ୍ତ କୋହଳ ଲାଗି ଦାବି

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ସରକାରଙ୍କ ପକ୍ଷରୁ ମଙ୍ଗଳବାର ରାଜ୍ୟ ସଭାରେ ସରୋଗାସି (ରେଗୁଲେଶନ) ବିଲ୍‌-୨୦୧୯ ଆଗତ କରାଯାଇଛି। ଏହା ଦେଶରେ ସରୋଗାସିକୁ ନିୟନ୍ତ୍ରଣ କରିବାରେ ସଫଳ ହେବ ବୋଲି କହି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହାକୁ ଏକ ଗେମ୍‌ ଚେଞ୍ଜର ବୋଲି ମତ ଦେଇଛନ୍ତି। ହେଲେ ଏହି ବିଲ୍‌ରେ ରହିଥିବା କେତେକ ସର୍ତ୍ତ କୋହଳ ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବିହୋଇଛି। ଆଲୋଚନାରେ ଭାଗନେଇ ଭାଜପା ନେତା ଏହାକୁ ପୁଣି ଷ୍ଟାଣ୍ଡିଂ କମିଟି ପାଖକୁ ପଠାଇବା ଲାଗି ମତ ଦେଇଥିଲେ। ବିଜେଡି ସଦସ୍ୟ ଅମର ପଟ୍ଟନାୟକ ଷ୍ଟାଣ୍ଡିଂ କମିଟିର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁ ଗ୍ରହଣ କରାଯାଇ ନ ଥିବାରୁ ଏହାର ପୁନଃସମhୀକ୍ଷା କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ଜେଡିୟୁ ନେତା କେ. ପରଓ୍ବିନ, ଡିଏମ୍‌କେ ନେତା ପି. ଓ୍ବିଲ୍‌ଶନ୍‌ ପ୍ରମୁଖ ଏହାକୁ ବିରୋଧ କରିବା ସହ ସଂସଦୀୟ ସ୍ଥାୟୀ କମିଟିକୁ ପଠାଇବା ଲାଗି ମତ ଦେଇଥିଲେ। ପ୍ରକାଶଥାଉ କି, ଏହି ବିଲ୍‌ ଲୋକ ସଭାରେ ମୌସୁମୀ ଅଧିବେଶନରେ ପାସ୍‌ ହୋଇସାରିଛି।

Share