ନୂଆଦିଲ୍ଲୀ, ୭।୮: ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକରେ ବୁଧବାର ରାଜ୍ୟ ସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି। ଅଧ୍ୟକ୍ଷ ଭେଙ୍କୟା ନାଇଡୁ ସୁଷମାଙ୍କ ଅକାଳ ବିୟୋଗରେ ଦେଶ ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି। ଅନ୍ୟ ରାଜ୍ୟ ସଭା ସଦସ୍ୟମାନେ ଛିଡା ହୋଇ ସୁଷମାଙ୍କୁ ସମ୍ମାନ ଜଣାଇଛନ୍ତି।