Categories: ଜାତୀୟ

ରାଜ୍ୟ ସଭାରେ ହଙ୍ଗାମା କଲେ ଭୋଟିଂ ଅଧିକାରରୁ ବଞ୍ଚିତ ହେବେ ସଦସ୍ୟ !

ନୂଆଦିଲ୍ଲୀ,୨୦।୨: ଏଣିକି ରାଜ୍ୟ ସଭାରେ ହଙ୍ଗାମା କଲେ ସଦସ୍ୟଙ୍କ ବିରୋଧ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ ଭୋଟିଂ ଅଧିକାରରୁ ବଞ୍ଚିତ ହେବାର ଆଶଙ୍କା ରହିଛି। ରାଜ୍ୟ ସଭା ଜେନେରାଲ ପ୍ରପୋଜ୍‌ କମିଟି(ଜେପିସି)ରେ ହଙ୍ଗାମା କରୁଥିବା ସଦସ୍ୟଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ହଙ୍ଗାମା ଯୋଗୁ ଗୃହର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଉପରେ ଜୋର୍‌ ଦିଆଯାଉଛି। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବର୍ତ୍ତମାନ ପ୍ରଚଳିତ ୩୦୩ ନିୟମ ମଧ୍ୟରୁ ୭୭ ନିୟମର ସଂଶୋଧନ ଏବଂ ୧୨୪ ନୂଆ ନିୟମ ପ୍ରଣୟନ ଉପରେ ଆଲୋଚନା ହୋଇଛି। ବୈଠକରେ ୨୩ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ। ବୈଠକରେ ଏଭଳି ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିବା କୁହାଯାଉଛି।

Share