Categories: ଜାତୀୟ

ରାଜ୍ୟ ସଭାର ୫୫ ଆସନ ପାଇଁ ୨୬ ମାର୍ଚ୍ଚରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୫।୨: ରାଜ୍ୟ ସଭାର ୫୫ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଜଣାପଡିଛି। ମଙ୍ଗଳବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ୧୭ ରାଜ୍ୟର ଏହି ୫୫ ଆସନରେ ଥିବା ପ୍ରାର୍ଥୀଙ୍କ କାର୍ଯ୍ୟକାଳ ପୂରଣ ହେଉଥିବାରୁ ଏହି ନିର୍ବାଚନ କରାଯାଉଛି। ଏଥିମଧ୍ୟରୁ ମହାରାଷ୍ଟ୍ରର ସର୍ବାଧିକ ୭ ଆସନ ଥିବାବେଳେ, ତାମିଲନାଡୁ ୬, ପଶ୍ଚିମବଙ୍ଗ ଓ ବିହାରର ୫ଟି ଲେଖାଏଁ, ଗୁଜରାଟ ଓ ଆନ୍ଧ୍ରପ୍ରଦେଶର ୪ଟି ଲେଖାଏଁ, ସେହିପରି ରାଜସ୍ଥାନ, ଓଡ଼ିଶା ଓ ମଧ୍ୟପ୍ରଦେଶର ୩ଟି ଲେଖାଏଁ ଆସନ ଖାଲି ହେଉଥିବା ସୂଚନା ମିଳିଛି।

Share