ରାଜ୍ୟ ସଭା: ଏମ୍‌ପି ଭାବେ ଅମର, ସସ୍ମିତଙ୍କ ଶପଥଗ୍ରହଣ

ଭୁବନେଶ୍ୱର,୫।୭(ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ରାଜ୍ୟ ସଭା ନିର୍ବାଚନରେ ବିଜେଡି ଆଇଟି ସେଲ୍‌ ମୁଖ୍ୟ ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁଙ୍କ ଉପସ୍ଥିତିରେ ଦୁଇ ବିଜେଡି ନେତା ଗୁରୁବାର ସଦସ୍ୟ ଭାବେ ଶପଥ ନେଇଛନ୍ତି। ଉଭୟ ଅମର ଏବଂ ସସ୍ମିତ ଓଡ଼ିଆରେ ଶପଥପାଠ କରିଛନ୍ତି। ଅମର ୫ ବର୍ଷ ଏବଂ ସସ୍ମିତ ୩ ବର୍ଷ ପାଇଁ ଉଚ୍ଚ ସଦନକୁ ମନୋନୀତ ହୋଇଛନ୍ତି। ଅନ୍ୟ ଆସନରେ ଭାଜପାର ଅଶ୍ୱିନୀ ବୈଷ୍ଣବ ବିଜେଡି ସମର୍ଥନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। କିଛିଦିନ ପୂର୍ବେ ସେ ଶପଥ ଗ୍ରହଣ କରିଥିଲେ।

Share