Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ: ମଧ୍ୟ ପ୍ରଦେଶରେ ଜିତିଲା ଭାଜପା

ନୂଆଦିଲ୍ଲୀ,୧୯।୬: ଦେଶର ୮ ରାଜ୍ୟରେ ୧୯ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି।

ସେହିପରି ରାଜସ୍ଥାନରେ କଂଗ୍ରେସକୁ ୨ ଓ ଭାଜପାକୁ ଗୋଟିଏ ଆସନ ମିଳିଛି। ମେଘାଳୟରେ ମେଘାଳୟ ଡେମୋକ୍ରାଟିକ ଆଲାଏନ୍ସର ଡା. ଡବ୍ଲୁ ଆର୍‌ ଖରଲୁଖି ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡରେ ୨ ଆସନରେ ଭାଜପା ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟୀ ହୋଇଛନ୍ତି। ସୂଚନାଯୋଗ୍ୟ, ୧୯ ଆସନ ମଧ୍ୟରୁ ଆନ୍ଧ୍ର ପ୍ରଦେଶ ୪, ଗୁଜରାଟ ୪, ମଧ୍ୟପ୍ରଦେଶ ୩, ରାଜସ୍ଥାନ ୩, ଝାଡ଼ଖଣ୍ଡ ୨, ମଣିପୁର, ମିଜୋରାମ ଓ ମେଘାଳୟରେ ଗୋଟିଏ ଲେଖାଏଁ ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିଲା।

Share