ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଲାଗି ଶୁକ୍ରବାର ପ୍ରକାଶ ପାଇଛି ବିଜ୍ଞପ୍ତି। ଆସନ୍ତା ୨୬ରେ ନିର୍ବାଚନ ହେବ। ୧୭ ରାଜ୍ୟର ମୋଟ ୫୫ ଆସନରେ ଏହି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଓଡ଼ିଶାର ୪ ଆସନ ରହିଛି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବିଜେଡିରୁ ୩ ଜଣ ରାଜ୍ୟ ସଭାକୁ ଯିବା ସ୍ପଷ୍ଟ ବୋଲି କୁହାଯାଉଛି। ଏହାକୁ ନେଇ ବିଜେଡି ନେତା ମଧ୍ୟ ଲବି କରିବା ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଏକରକମ ସ୍ଥିତି ହରାଇଛି ରାଜ୍ୟ କଂଗ୍ରେସ। ଏ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ଏହି ପ୍ରସଙ୍ଗରେ ଆମେ ହାତ ଟେକି ଦେଇଛୁ। କଂଗ୍ରେସ ଅଂଶଗ୍ରହଣ କରିବ ନ କରିବ ହାଇକମାଣ୍ଡ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ଆସନ୍ତା ଏପ୍ରିଲରେ ରାଜ୍ୟ ସଭା ଏମ୍ପି ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ, ନରେନ୍ଦ୍ର ସ୍ବାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ସରୁଛି। ଏମାନଙ୍କ ସ୍ଥାନ କିଏ ନେବ ସେ ନେଇ ଚର୍ଚ୍ଚା ଜୋର ଧରିଛି।