Categories: ଜାତୀୟ

ରାଜ୍ୟ ସଭା ନିର୍ବାଚନ: ୪ ଟିଏମ୍‌ସି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ମମତା

କୋଲକାତା,୮।୩: ରାଜ୍ୟ ସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତାଲିକାରେ ଅର୍ପିତା ଘୋଷ, ମୌସମ ନୁର୍‌, ଦିନେଶ ତ୍ରିବେଦୀ ଏବଂ ସୁବ୍ରତ ବକ୍ସିଙ୍କ ନାମ ରହିଛି। ଏନେଇ ମମତା କହିଛନ୍ତି ଯେ, ଟିଏମ୍‌ସି ପକ୍ଷରୁ ୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ଟିଏମ୍‌ସି ପ୍ରାର୍ଥୀ ତାଲିକାର ୫୦ ପ୍ରତିଶତ। ଦଳ ସବୁବେଳେ ମହିଳା ସଶକ୍ତି କରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ୫ ରାଜ୍ୟ ସଭା ଆସନ ଖାଲି ପଡ଼ିଛି। ୪ଟି ଆସନରେ ଟିଏମ୍‌ସି ବିଜୟୀ ହେବା ନିଶ୍ଚିତ। ତେବେ ପଞ୍ଚମ ଆସନରେ ସିପିଆଇଏମ୍‌, କଂଗ୍ରେସ ତଥା ଟିଏମ୍‌ସି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି।

Share