Categories: ଜାତୀୟ

ରାଜ୍ୟ ସଭା ଲାଗି ଘୋଡ଼ା ବେପାର ଆରମ୍ଭ: କଂଗ୍ରେସ ବିଧାୟକଙ୍କୁ ୨୫ କୋଟି ଅଫର୍‌

ଭୋପାଳ,୪।୩: ରାଜ୍ୟ ସଭା ନିର୍ବାଚନ ୨୬ରେ ହେବାକୁ ଥିବାବେଳେ ଏନେଇ ଘୋଡ଼ା ବେପାର ଆରମ୍ଭ ହୋଇଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ବୈଜନାଥ କୁଶଓ୍ବାହ ଭାଜପା ବିରୋଧରେ ଏନେଇ ସିଧାସଳଖ ଅଭିଯୋଗ ଆଣିଛନ୍ତି। ମୋତେ ଟଙ୍କା ଯଚାଯାଇଥିବା ବେଳେ ଏହାକୁ ଗ୍ରହଣ କରି ନଥିବା ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ଏମ୍‌ପି ଦିଗ୍‌ବିଜୟ ସିଂ ଭାଜପା ବିରୋଧରେ ଅଭିଯୋଗ ଆଣିବା ପରେ କୁଶଓ୍ବାହ ପୁଣି ଅନୁରୂପ ଅଭିଯୋଗ ଆଣିଛନ୍ତି। ସିଂ ଭାଜପା ୫ କୋଟି ଆଗୁଆ ଲାଞ୍ଚ ଯାଚୁଥିବା ଅଭିଯୋଗ ଆଣିଥିବା ବେଳେ କୁଶଓ୍ବାହ ୨୫ କୋଟି ଲାଞ୍ଚ ଯଚାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରକାଶଥାଉ କି, କମଳନାଥ ସରକାରକୁ ଭାଙ୍ଗିବା ଲାଗି ଭାଜପା ସିଂଙ୍କୁ ୨୫ କୋଟି ଯାଚୁଥିବା ଅଭିଯୋଗ କରିଥିଲେ।

Share