ନୂଆଦିଲ୍ଲୀ,୧୯।୩: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଗୁରୁବାର ରାଜ୍ୟସଭା ଏମ୍ପି ଭାବେ ଶପଥ ଗ୍ରହଣ କରିଛନ୍ତି। ଏହାପରେ ଗୋଗୋଇ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍ ଭେଙ୍କିଆ ନାଇଡୁଙ୍କୁ ସାକ୍ଷାତ୍ କରିଛନ୍ତି। ସୂଚନାଯୋଗ୍ୟ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଗୋଗୋଇଙ୍କୁ ରାଜ୍ୟ ସଭା ଲାଗି ମନୋନୀତ କରିଥିଲେ। ଏହାକୁ ବିରୋଧୀ କିନ୍ତୁ ଗ୍ରହଣ କରି ନ ଥିଲେ। ତେବେ ଶପଥ ଗ୍ରହଣ ପରେ ସେ କାହିଁକି ରାଜ୍ୟ ସଭା ଆସିଲେ ବୋଲି ପ୍ରଶ୍ନର ଉତ୍ତର ରଖିବେ ବୋଲି କହିଥିଲେ।