Categories: ବାଣିଜ୍ୟ

ରାଜ୍ୟ ସମବାୟ ବ୍ୟାଙ୍କର ବ୍ୟାଙ୍କ ଅନ୍‌ ହ୍ବିଲ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୧-୫ : ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଫନୀ ପ୍ରଭାବିତ ଅଞ୍ଚଳଗୁଡିକରେ ବ୍ୟାଙ୍କ ଅନ୍‌ ହ୍ବିଲ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଶେଷ ପ୍ରଭାବିତ ପୁରୀ ଜିଲାରେ ଏଭଳି ୧୩ ଗୋଟି ଭ୍ରାମ୍ୟମାଣ ଏଟିଏମ୍‌ ପରିଚାଳିତ କରାଯାଉଛି। ଜିଲାର ବିଭିନ୍ନ ଅଞ୍ଚଳ ଯଥା-ନିମାପଡା,ଗୋପ, କୋଣାର୍କ, ପିପିଲି ଏବଂ ସତ୍ୟବାଦୀ ବ୍ଳକରେ ଏହି ଏଟିଏମଗୁଡିକ ସେବା ଯୋଗାଇ ଆସୁଛନ୍ତି। ଅସୁବିଧା ସମୟରେ ଏଭଳି ପଦକ୍ଷେପ ଦ୍ୱାରା ଲୋକଙ୍କୁ ସେବା ଯୋଗାଣ ସହ ନିକଟତର ହୋଇ ପାରିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି।

Share