Categories: ଜାତୀୟ

ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ: ଟ୍ରାଫିକ୍‌ ଆଇନ ବିରୋଧରେ ଗଲେ ଜାରି ହେବ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ, ୭।୧: ନୂଆ ଟ୍ରାଫିକ୍‌ ନିୟମ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯେଉଁ ରାଜ୍ୟ ଟ୍ରାଫିକ୍‌ ଆଇନ ବିରୋଧ ଯିବେ ସେଠାରେ ରାଷ୍ଟ୍ରପତି ଶାସନ ଜାରି ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାର ଟ୍ରାଫିକ ନିୟମର ଉଲ୍ଲଂଘନ କରି ଜରିମାନା ପରିମାଣ କମାଇଲେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ ଏପରି କରିବା ପାଇଁ ଅଧିକାର ନାହିଁ ବୋଲି କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଦ୍ୱାରା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ହେବ। ଏହି ସଂଶୋଧିତ ଆଇନ ସଂସଦରେ ପାରିତ ହୋଇଥିବା ଏକ ଆଇନ। ଏନେଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ରହିଛି। ତେଣୁ ଏହାର ଉଲ୍ଲଂଘନ କରାଯିବା ଅନୁଚିତ ବୋଲି ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି।

Share