ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ ‘ଓଡ଼ିଶା ବାତ୍ୟାକୁ ସାହସିକତାର ସହ ମୁକାବିଲା କରିଛି’

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବାତ୍ୟା ଅମ୍ଫନ ମୁକାବିଲା ନେଇ ରାଜ୍ୟସରକାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଗୁରୁବାର ଟୁଇଟ୍‌ ଯୋଗେ ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ସାହସିକତାର ସହ ବାତ୍ୟାକୁ ମୁକାବିଲା କରିଛି। ରାଜ୍ୟବାସୀଙ୍କ ସହ ମୋର ସମବେଦନା ରହିଛି। କ୍ଷତିଗ୍ରସ୍ତଙ୍କୁ ସମସ୍ତ ସହଯୋଗ ଦେବାକୁ ଅଧିକାରୀମାନେ କାର୍ଯ୍ୟରତ ଅଛନ୍ତି। ତୁରନ୍ତ ଅବସ୍ଥା ସ୍ବାଭାବିକ ହୋଇଯିବ ବୋଲି ପ୍ରାର୍ଥନା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share