ରାଜ୍ୟ ସରକାରଙ୍କ ନିଷ୍ପତ୍ତି: କରୋନା ଯୋଗୁ ମୁଖ୍ୟମନ୍ତ୍ରୀ-ମନ୍ତ୍ରୀ-ବିଧାୟକଙ୍କ ୭୦%, ଅଫିସରଙ୍କ ୫୦% ଦରମା ସ୍ଥଗିତ

ଭୁବନେଶ୍ୱର,୩୧।୩(ବ୍ୟୁରୋ): କରୋନା ଏବଂ ଲକ୍‌ଡାଉନ୍‌ ପାଇଁ ବଡ଼ ବଡ଼ିଆମାନଙ୍କ ଦରମା କଟିବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକଙ୍କ ୭୦% ଦରମା ସ୍ଥଗିତ ରହିବ। ଗ୍ରସ୍‌ ସାଲାରୀର ୭୦% ଡେଫରମେଣ୍ଟ ପାଇଁ ମଙ୍ଗଳବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ସେମାନେ ଦରମାର ୩୦% ପାଇବେ। ସେହିଭଳି ସର୍ବଭାରତୀୟ ସେବା ଅଧିକାରୀ ତଥା ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ଙ୍କ ଦରମା ୫୦% ସ୍ଥଗିତ ରହିବ। ଅଫିସରମାନଙ୍କ ଗ୍ରସ୍‌ ସାଲାରୀର ୫୦% ଡେଫରମେଣ୍ଟ ରହିବା ନେଇ ଘୋଷଣା ହୋଇଛି। ଲକ୍‌ଡାଉନ୍‌ ପାଇଁ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଏହି ଦରମା କଟାଯାଉଛି। ଏହାକୁ ତତ୍କାଳ ଲାଗୁ କରିବା ଲାଗି କୁହାଯାଇଥିବା ସୂଚନା ମିଳିଛି।

Share