ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ

ବିରିଡ଼ି,୨୨।୭(ଡି.ଏନ.ଏ): ରାଜ୍ୟ ସରକାରଙ୍କ ମଦ ପ୍ରସାର ନୀତିକୁ ବିରୋଧ କରି ସଚେତନତା ଅଭିଯାନ ଆରମ୍ଭ କରିଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ମଦମୁକ୍ତି ବାହିନୀ। ରବିବାର ମଦମୁକ୍ତି ବାହିନୀର କର୍ମକର୍ତ୍ତାମାନେ ବିରିଡ଼ି ବ୍ଲକ ୨୨ ମୌଜାର ବାଗଲପୁରଠାରେ ଥିବା ମହାନ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ସଚେତନତା ସଭା କରିଛନ୍ତି। ଏଥିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର କେନ୍ଦ୍ରୀୟ କମିଟି ସଦସ୍ୟ ପ୍ରିୟନାଥ ଆଚାର୍ଯ୍ୟ ଓ ମଦ ମୁକ୍ତି ବାହିନୀର କଟକ ଜିଲା ଆବାହକ ଲଲାଟେନ୍ଦୁ ପାତ୍ରଙ୍କ ସମେତ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ସଞ୍ଜୟ କୁମାର ରାଉତ, ଅସିତ ରାଉତ, ଦିଲୀପ ରାଉତ, ପଙ୍କଜ ପୃଷ୍ଟି, ଦିଲୀପ ସାହୁ, ଦିଲୀପ ମଲ୍ଲିକ, ରମଣ ମୁଦୁଲି, ମନୋଜ ବେହେରା, ସୁରେନ୍ଦ୍ର ମହାପାତ୍ର ଓ ବସନ୍ତ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ସେମାନେ ସରକାରଙ୍କ ମଦ ପ୍ରସାର ନୀତି ବିରୋଧରେ ବିଭିନ୍ନ ପ୍ଲାକାର୍ଡ ଧରି ଗ୍ରାମ ପରିକ୍ରମା କରିଥିଲେ। ପ୍ରଥମେ ପ୍ରଭାତ ଫେରି କରାଯାଇଥିଲା। ମଦ ପ୍ରସାର ଫଳରେ ବହୁ ନୀରିହ ଜୀବନ ହାନି ଘଟୁଛି। ଅନେକ ପରିବାର ସର୍ବଶ୍ୱାନ୍ତ ହେଉଛନ୍ତି। ଏଣୁ ଲୋକମାନଙ୍କୁ ସଚେତନ କରିବା ସହ ମଦ ବିରୋଧରେ ଆନ୍ଦୋଳନ କରିବାକୁ ଆହ୍ବାନ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅବଧି ଶେଷ ହେଲାଣି, ଜାହାଜ ଯେଉଁଠି ସେଇଠି

ପାରାଦୀପ,୨୬ା୯(ଶରତ ରାଉତ):ପାରାଦୀପ ବନ୍ଦରରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌.ଭି. ଦେବୀ ଜାହାଜ ଏବେ ବି ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସମ୍ପୃକ୍ତ ଜାହାଜକୁ...

ଦଲାଲଙ୍କ ହାତରେ ସ୍ଲଟ୍‌, ବ୍ଲାକ୍‌ରେ ଚାଲିଛି ବିକ୍ରି

ଜଗତ୍‌ସିଂହପୁର, ୨୫।୯ (ପ୍ରମୋଦ କୁମାର ନାୟକ): ଅତୀତରେ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟଗୁଡ଼ିକରେ ହାତଗୁଞ୍ଜା ଦେଇ ଅନେକ ପଛରେ ଆସି ଆଗୁଆ ଜମି ପଞ୍ଜୀକରଣ କରି ପାରୁଥିଲେ। ଏନେଈ...

ଓଡ଼ିଶାରେ ଜନ ଭାଗୀଦାରିରେ ଚାଲୁଛି ସରକାର: ଉପମୁଖ୍ୟମନ୍ତ୍ରୀ

ଜଗତ୍‌ସିଂହପୁର,୨୨।୯ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ଶନିବାର ରାଜ୍ୟର ଭାଜପା ସରକାରଙ୍କ ୧୦୦ ଦିନ ଉପଲକ୍ଷେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓଙ୍କୁ ହତ୍ୟା ଧମକ: ତେଜୁଛି ବିଜେଡି-ଭାଜପା କଳି

କୁଜଙ୍ଗ, ୧୭।୯(ମନୋଜ ପ୍ରଧାନ): ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଡିଓ ଦୀପକ ପ୍ରସାଦ ସ୍ବାଇଁଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଘଟଣାକୁ...

ଆଜି ବିଶ୍ୱବିନ୍ଧାଣୀଙ୍କ ପୂଜା, ପାରାଦୀପରେ ଆକର୍ଷଣୀୟ ମଣ୍ଡପ

ପାରାଦୀପ,୧୬ା୯(ଶରତ ରାଉତ): ପାରାଦୀପର ଅନ୍ୟତମ ଗଣପର୍ବ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାରଠାରୁ ଆରମ୍ଭ ହୋଇଛି। ପାରାଦୀପ ବଡ଼ପଡ଼ିଆ ଥାନାଛକଠାରୁ ବ୍ୟାଙ୍କ ଛକ ଓ ନୂଆବଜାର ହୋଟେଲ...

ସହିବା ସୀମା ଟପିଗଲାଣି, ଏଥର ସାରା ଓଡ଼ିଶା ଜଳିବ

ପାରାଦୀପ,୧୬।୯(ଶରତ ରାଉତ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ପାରାଦୀପ ବିଜେଡି ମଧ୍ୟରେ ଚାଲିଥିବା ଶୀତଳ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ପୂର୍ବତନ ବିଧାୟକ...

ବସନ୍ତଙ୍କୁ ବିଜେଡିରୁ ବହିଷ୍କାର ଦାବି

ପାରାଦୀପ,୧୪।୯(ଶରତ ରାଉତ):ପାରାଦୀପ ବିଜେଡି ରାଜନୀତି କ୍ରମଶଃ ଜଟିଳ ହେବାରେ ଲାଗିଛି। ଶୁକ୍ରବାର ସାରେ ନୂଆବଜାର ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପରିସରରେ ବିଜେଡିର କାର୍ଯ୍ୟକାରୀ ସଭାପତି...

ବିଡିଓଙ୍କୁ ହତ୍ୟା ଧମକ ଦେଲେ ବିଜେଡି ସମର୍ଥିତ ଜନପ୍ରତିନିଧି

କୁଜଙ୍ଗ,୧୪।୯(ମନୋଜ ପ୍ରଧାନ):ଜଗତ୍‌ସିଂହପୁର ଜିଲା କୁଜଙ୍ଗ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ବିଜେଡି ସମର୍ଥତ୍ତ ଜନପ୍ରତିନିଧି ବିଡିଓଙ୍କୁ ଡାକି ଧମକ ଦେଇଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri