ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ବିଗତ ଦିନରେ ବିଦ୍ୟୁତ୍ ସଂସ୍ପର୍ଶରେ ହେଉ ଅଥବା ଟ୍ରେନ୍ ଧକ୍କାରେ ହାତୀଙ୍କ ଅକାଳ ମୃତ୍ୟୁକୁ ନେଇ ରା୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। ସରକାର ହାତୀଙ୍କ ସୁରକ୍ଷା ପାଇଁ ନୂତନ ଉଦ୍ୟମ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଓ କନ୍ଧମାଳ ମଧ୍ୟବର୍ତ୍ତୀ ଅଞ୍ଚଳରେ ହାତୀ ଅଭୟାରଣ୍ୟ କରାଯିବାକୁ ଯୋଜନା କରାଯାଇଛି। ଦୂରରୁ ହାତୀ ଶବ୍ଦ ଶୁଣି ଲୋକଙ୍କୁ ସତର୍କ କରାଯିବା ଲାଗି ବ୍ୟବସ୍ଥା କରାଯିବ। ଏଥିପାଇଁ ନୂତନ ଇନ୍ଫ୍ରାରେଞ୍ଚ ଯନ୍ତ୍ର ପ୍ରସ୍ତୁତ କରାଯିବ। ସୁରକ୍ଷାରେ ଟେକ୍ନୋଲୋଜି ବ୍ୟବହାର ପାଇଁ ଆଇଆଇଟି ଭୁବନେଶ୍ୱର ସହ ଆଲୋଚନା କରାଯାଇଛି। ତେବେ ଜଙ୍ଗଲରେ ଦୁର୍ଦ୍ଦାନ୍ତ ହୋଇ ବୁଲୁଥିବା ହାତୀଙ୍କ ବେକରେ ରେଡିଓ କଲାର ଲଗାଯିବ ବୋଲି ଜଣାପଡ଼ିଛି।