ରାଜ୍ୟ ସରକାର ଦେଲେ ଅନୁମତି: ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାରଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଏଥିନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ହୋମ୍‌ ଡେଲିଭରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସବୁଠାରେ ହୋମ୍‌ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ ବିୟର ଉପରେ କୋଭିଡ ଫି’ ଲଗାଇଛନ୍ତି ସରକାର। ଯାହା ଏମ୍‌ଆର୍‌ପି ଅଛି, ତା ଉପରେ ୫୦% କୋଭିଡ ଫି’ ଲାଗିବ। ଏହି ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସ୍‌ପ୍ଲେ ରଖିବେ। ଡିସ୍‌ପ୍ଲେରେ ଫୋନ୍‌ ନଂ, ହ୍ବାଟ୍ସଆପ୍‌ ନଂ,ଇମେଲ୍‌ ଆଇଡି ରହିବ। ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି।

Share