Advertisement

ରାଜ୍‌ଙ୍କ ସହ ଓ୍ବାର୍କଆଉଟ୍‌ କଲେ ଶିଳ୍ପା

ମୁମ୍ବାଇ: ଶିଳ୍ପା ସେଟ୍ଟୀ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସୋମବାର ଏକ ମୋଟିଭେଶନାଲ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହ ଓ୍ବାର୍କଆଉଟ୍‌ କରୁଛନ୍ତି। ତାଙ୍କ ପୁଅ ମଧ୍ୟ ଏହି ଭିଡିଓରେ ଉଭୟ ମା’- ବାପାଙ୍କ ସହ ମସ୍ତି କରୁଥିବା ନଜର ଆସିଛନ୍ତି। ଏହାସହିତ ତାଙ୍କ ପୁଅ ଟ୍ରେଡ୍‌ ମିଲରେ ବିଭିନ୍ନ ପ୍ରକାର ଡ୍ୟାନ୍ସ ମୁଭ୍‌ମେଣ୍ଟ ମଧ୍ୟ କରିଛନ୍ତି। ଶିଳ୍ପା ଏହି ଭିଡିଓ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିିଛନ୍ତି ଯେ, କିଛିଦିନ ତଳେ ମୋ ପୁଅ ସହ ଏକ ଓ୍ବାର୍କଆଉଟ୍‌ କରିଥିଲି। କିନ୍ତୁ ସେଇଟା କମ୍‌ ସମୟର ଥିଲା। ଏହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏପରି ଫ୍ୟାମିଲି ସହ ଆଉ ଏକ ଭିଡିଓ କରିବାକୁ ନିବେଦନ କରିଥିଲେ। ଦର୍ଶକଙ୍କ କହିବା ଅନୁଯାୟୀ ମୁଁ ଏହି ଭିଡିଓ ଶେୟାର କରିଛି ବୋଲି ଶିଳ୍ପା କହିଛନ୍ତି। ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ଯେପରି ପରିବାରର ସମସ୍ତେ ଏକାଠି ମିଶି ଖାଇଥାନ୍ତି, ପ୍ରାର୍ଥନା କରିଥାନ୍ତି, ସେହିପରି ଏକ୍ସରସାଇଜ୍‌ ମଧ୍ୟ କଲେ ପରିବାରର ବଣ୍ଡିଂ ଷ୍ଟ୍ରଙ୍ଗ୍‌ ହୋଇଥାଏ। ଏହି ଲକ୍‌ଡାଉନ୍‌ ବେଳେ ସମସ୍ତେ ଘରେ ରହି କିଛି ନା କିଛି ଯୋଗ ଏବଂ ଏକ୍ସରସାଇଜ୍‌ ନିହାତି କରିବା ଦରକାର। ଏହାଦ୍ୱାରା ଶରୀର ନିରୋଗ ରହିବା ସହିତ ମନ ରିଫ୍ରେଶ୍‌ ରହିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share