ରାଜ୍‌ କପୁରଙ୍କ ଶାକାହାରୀ ରହସ୍ୟ

ବଲିଉଡ୍‌ର ଶୋ’ ମ୍ୟାନ୍‌ ରାଜ କପୁର। କେବଳ ଜଣେ ଅଭିନେତା ନୁହନ୍ତି, ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ଭାବରେ ତାଙ୍କର ବେଶ୍‌ ସୁଖ୍ୟାତି ରହିଛି। ତାଙ୍କ ପ୍ରଯୋଜିତ, ଅଭିନୀତ ଏବଂ ନିର୍ଦ୍ଦେଶିତ ସିନେମାଗୁଡ଼ିକ ଦର୍ଶକମାନଙ୍କୁ କେତେ ପ୍ରଭାବିତ କରିଥିଲା ତାହା କହିବା ବାହୁଲ୍ୟ। ତେବେ ଏକଦା ସେ ଶାକାହାରୀ ସାଜିଥିଲେ। ହେଲେ କ’ଣ ପାଇଁ ? ଏହା ପଛରେ ଏମିତି କି କାରଣ ଥିଲା ? ତାଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମଗୁଡ଼ିକ ମଧ୍ୟରେ ଅନ୍ୟତମ ଥିଲା ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’। ୧୯୭୮ରେ ପରଦା ଉପରକୁ ଆସିଥିବା ଏହି ସିନେମା ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଆମିଷ ଭୋଜନ ତ୍ୟାଗକରି ଶାକାହାରୀ ପାଲଟି ଯାଇଥିଲେ। କାରଣ କେତେକ ପୁରାତନ କଥାକୁ ସେ ବିଶ୍ୱାସ କରୁଥିଲେ। ଶାହାକାରୀ ରହିଲେ ଗୋଟିଏ ସିନେମା ହିଟ୍‌ ହେବ ବୋଲି ତାଙ୍କ ମନକୁ ଆସିବା ପରେ ସେ ‘ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌’ର ଶୁଟିଂ ସମୟରୁ ହିଁ ଏହାକୁ ଆପଣେଇଥିଲେ। ଏହି ଫିଲ୍ମରେ ଶଶୀ କପୁର, ଜିନତ୍‌ ଅମନ ଏବଂ ପଦ୍ମିନୀ କୋଲ୍ଲାପୁରୀ ଅଭିନୟ କରିଥିଲେ।

Share