Categories: ବାଣିଜ୍ୟ

ରାଜ ଇଲେକଟ୍ରୋନିକ୍ସର କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର

ଭୁବନେଶ୍ୱର,୧୫-୬: ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ କ୍ରିକେଟ ଓ୍ବାର୍ଲଡ କପ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ଏଲ୍‌ଇଡି ଟିଭି ଏବଂ ଏସି କ୍ରୟ ଉପରେ ଶୋ’ରୁମ ପକ୍ଷରୁ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଶୋ’ରୁମରୁ ଏଲ୍‌ଜି ଏଲ୍‌ଇଡି ଟିଭି କ୍ରୟ ଉପରେ ‘ଓ୍ବିସ୍‌ ଆଣ୍ଡ ଓ୍ବିନ’ ଅଫରରେ ଗ୍ରାହକ ୫ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଜିତିବାର ସୁଯୋଗ ରହିଛି। ସେହିଭଳି ୬୫ ଇଞ୍ଜରୁ ଉର୍ଦ୍ଧ୍ୱ ସାମ୍‌ସଙ୍ଗ କ୍ୟୁଏଲ୍‌ଇଡି ଟିଭି କ୍ରୟ ଉପରେ ୧୪,୯୯୦ ଟଙ୍କାର ଆମାଜନ ଇକୋ ପ୍ଲସ୍‌ ମିଳିବାର ସୁବିଧା ରହିଛି। ୪୩ରୁ ୫୫ ଇଞ୍ଚ କ୍ୟୁଏଲ୍‌ଇଡି ଟିଭି ଏବଂ ୪କେ ୟୁଏଚ୍‌ଡି ଟିଭି ଉପରେ ୪୯୯୦ ଟଙ୍କାର ଆମାଜନ ଇକୋ ଡଟ୍‌ ମିଳି ପାରିବ। ସାମ୍‌ସଙ୍ଗ ପ୍ରଡକ୍ଟ ଉପରେ ୧୫% ପର୍ଯ୍ୟନ୍ତ କ୍ୟାଶବ୍ୟାକ୍‌ ସୁବିଧା ରହିଛି। ସେହିଭଳି ବିନା କୌଣସି ଡାଉନପେମେଣ୍ଟରେ ସହଜ ଏବଂ ସ୍ବଳ୍ପ କିସ୍ତିରେ ଗ୍ରାହକ ବିଭିନ୍ନ କମ୍ପାନୀର ଏସି କିଣି ପାରିବେ। ଏସି ଉପରେ ଉନ୍ନତ ଓ୍ବାରେଣ୍ଟି ଏବଂ ସ୍ବଳ୍ପ ମୂଲ୍ୟରେ ଇନ୍‌ଷ୍ଟାଲେଶନ ସୁବିଧା ରହିଛି। ବଜାଜ ଫାଇନାନ୍ସ କାର୍ଡରେ ଅଫର ରହିଛି। ଯେକୌଣସି କମ୍ପାନୀର ଏଲ୍‌ଇଡି ଏବଂ ଏସି କ୍ରୟ ଉପରେ ୨ରୁ ୮ ହଜାର ଟଙ୍କାର କ୍ୟାଶବ୍ୟାକ୍‌ ଅଫର ପାଇପାରିବେ ବୋଲି ରାଜ ଇଲେକଟ୍ରୋନିକ୍ସ ପକ୍ଷରୁ ସୂଚନା ରହିଛି।

Share