Categories: ଜାତୀୟ

ରାଜ ଠାକରେଙ୍କୁ ଭେଟିଲେ ଫଡନବୀସ: ଜୋରଧରିଲା ରାଜନୀତି

ମୁମ୍ବାଇ,୮।୧: ଶିବସେନା ହାତ ଛାଡିବା ପରେ ଏବେ ଭାଜପା ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍‌) ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରିଛି। ଏମ୍‌ଏନ୍‌ଏସ୍‌ ପ୍ରମୁଖ ରାଜ ଠାକରେଙ୍କୁ ଭେଟିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବୀଶ। ଉଭୟଙ୍କ ମଧ୍ୟରେ ପ୍ରାୟ ଦେଢ ଘଣ୍ଟା ଧରି ଆଲୋଚନା ହୋଇଥିଲା। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡି ନ ଥିଲେ ମଧ୍ୟ ରାଜ୍ୟରେ ନୂଆ ରାଜନୈତିକ ସମୀକରଣ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଫଡନବୀଶ ମୁମ୍ବାଇର ପ୍ରଭାଦେବୀ ଅଞ୍ଚଳରେ ଥିବା ଏକ ହୋଟେଲରେ ରାଜ ଠାକ୍‌ରେଙ୍କୁ ଭେଟିଥିଲେ।

Share