Categories: ଜାତୀୟ

ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ

ନୂଆଦିଲ୍ଲୀ,୧୬।୪; ଫତେପୁର ସିକ୍ରିରୁ ନିର୍ବାଚନ ଲଢୁଥିବା ବିଏସ୍‌ପି ନେତା ଗୁଡ୍ଡୁ ପଣ୍ଡିତଙ୍କର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ କଂଗ୍ରେସ ନେତା ରାଜ ବାବ୍ବରଙ୍କୁ ଦୌଡାଇ ଦୌଡାଇ ମାରିବାକୁ ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ ଫତେପୁର ସିକ୍ରିର ସମସ୍ତ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗୁଡ୍ଡୁ ମାରିବାକୁ ଧମକ ଦେବା ସହ ଗଙ୍ଗା ମା’ଙ୍କ ରାଣ ଖାଇଛନ୍ତି। ହେଲେ ରାଜ ବାବ୍ବର ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ସାମାନ୍ୟ ହସି ଦେଇଛନ୍ତି।

Share