Categories: ଖେଳ

ରାଞ୍ଚି ଟେଷ୍ଟ: ସିଆରପିଏଫ୍‌, ଆର୍ମି ଯବାନଙ୍କୁ ମିଳିବ ମାଗଣା ଟିକେଟ୍‌

ରାଞ୍ଚି,୧୭।୧୦- ଦକ୍ଷିଣ ଆଫ୍ରିକା ଓ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ ଆସୋସିଏଶନ (ଜେଏସ୍‌ସିଏ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୟୁନିଫର୍ମ ପିନ୍ଧିଥିବା ସିଆରପିଏଫ୍‌, ଆର୍ମି ଯବାନ ଓ ଏନ୍‌ସିସି କ୍ୟାଡେଟ୍ସଙ୍କୁ ମାଗଣା ଟିକେଟ୍‌ ପ୍ରଦାନ କରାଯିବ। ଏଥିନେଇ ୫ ହଜାର ଟିକେଟ ଉପଲବ୍ଧ କରାଯାଇଛି। ଜେଏସ୍‌ସିଏ ସମ୍ପାଦକ ସଞ୍ଜୟ ସାହାୟ ଏହା କହିଛନ୍ତି। ୟୁନିଫର୍ମ ପିନ୍ଧିଥିବା ଯବାନଙ୍କ ପ୍ରତି ଏହା ଆମର ଶ୍ରଦ୍ଧାଞ୍ଜଳି। ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ମଧ୍ୟରେ ଟିକେଟ୍‌ ବଣ୍ଟନ କରାଯାଇଛି ବୋଲି ସେ କହିଛନ୍ତି।

Share