Categories: ବାଣିଜ୍ୟ

ରାଣା କପୁରଙ୍କଠାରୁ ବୋନସ୍‌ ଫେରାଇ ନେବ ୟେସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୫: ୟେସ୍‌ ବ୍ୟାଙ୍କ ଏହାର ପ୍ରତିଷ୍ଠାତା ତଥା ପୂର୍ବତନ ଏମ୍‌ଡି ଓ ସିଇଓ ରାଣା କପୁରଙ୍କଠାରୁ ବୋନସ୍‌ ବାବଦରେ ଦେଇଥିବା ୧.୪୪ କୋଟି ଟଙ୍କା ଫେରାଇ ନେବ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶରେ ବ୍ୟାଙ୍କ ଏତାଦୃଶ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କେନ୍ଦ୍ରୀୟ ବ୍ୟାଙ୍କ ଗତବର୍ଷ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରି ନ ଥିଲେ। ରାଣା ୨୦୧୪-୧୫ରେ ୬୨ ଲକ୍ଷ ୧୭ ହଜାର ୮୨୩ ଟଙ୍କା, ୨୦୧୫-୧୬ରେ ୮୨ ଲଲକ୍ଷ ୪୫ ହଜାର ୪୧୬ ଟଙ୍କା ବୋନସ୍‌ ନେଇଥିଲେ। ତେବେ ସେ ୨୦୧୬-୧୭ ଓ ୨୦୧୭-୧୮ରେ କୌଣସି ବୋନସ୍‌ ନେଇ ନ ଥିଲେ। ଚଳିତବର୍ଷ ଜାନୁୟାରୀରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ଏହାପୂର୍ବରୁ ସେ ଏମ୍‌ଡି ତଥା ସିଇଓ ଭାବେ ୧୦ ମାସରେ ୬.୪୮ କୋଟି ଟଙ୍କା ଦରମା ବାବଦରେ ନେଇଥିଲେ।

Share