Categories: ଜାତୀୟ

ରାଣା କପୁର କ୍ରୟ କରିଥିବା ରାଜୀବ ଗାନ୍ଧୀଙ୍କ ପେଣ୍ଟିଂକୁ ଜବତ କଲା ଇଡି

ମୁମ୍ବାଇ,୧୦।୩: ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅସୁବିଧା ଯେମିତି ମାଡି ଆସୁଛି। ୟସ୍‌ ବ୍ୟାଙ୍କ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାର କାରବାରକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)କେତେ ଗୁଡିଏ କଟକଣା ଲଗାଇଥିବାରୁ ଏବେ ଅଡୁଆରେ ପଡିଛନ୍ତି ରାଣା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ଏକ ପେଣ୍ଟିଂକୁ ରାଣା ୨ କୋଟି ଟଙ୍କାରେ କୟ କରିଥିବା ଜଣାପଡିବା ପରେ ପ୍ରବର୍ତ୍ତନ ନିର୍ଦ୍ଦଶାଳୟ(ଇଡି) ପକ୍ଷରୁ ଉକ୍ତ ପେଣ୍ଟିଂକୁ ଜବତ କରାଯାଇ ଇଡି କାର୍ଯ୍ୟାଳୟରେ ରଖାଯାଇଥିବା ଜଣାପଡିଛି। ତେବେ ୨୦୧୦ରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଣାଙ୍କୁ ଧନ୍ୟବାଦ ଦେଇ ଏକ ପତ୍ର ଲେଖିଥିବା ବେଳେ ଏଥିରେ ପେଣ୍ଟିଂର ମୂଲ୍ୟ ୨ କୋଟି ଟଙ୍କା ଉଲ୍ଲେଖ କରାଯାଇଥିବା ଜଣାପଡିଛି। ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଥିବା ବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଅମିତ ମାଲବିୟ କହିଛନ୍ତି, ଭାରତରେ ଯେତେ ପ୍ରକାର ଆର୍ଥିକ ସମସ୍ୟା ଦେଖାଦେଇଛି ସବୁ ଗାନ୍ଧୀ ପରିବାର ସହ ଜଡିତ।

Share