ରାତାରାତି ଗାୟବ ହୋଇଗଲା ବ୍ରିଜ

ମସ୍କୋ,୭।୬: ଘର ଓ ଦୋକାନରେ ଚୋରି ହେବା କଥା ଶୁଣିଥିବେ। ହେଲେ ରେଲଓ୍ବେର ବ୍ରିଜ୍‌ ଚୋରି ହେବା କଥା କେହି କେବେ ଶୁଣି ନ ଥିବେ। ପୁଣି ଛୋଟମୋଟ ନୁହେଁ, ୨୩ ମିଟର ଲମ୍ବା ଓ ୫୬ ଟନ୍‌ ଓଜନର। ଏହି ବ୍ରିଜ ରାତାରାତି ଗାୟବ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି ରୁଷର ମୁର୍‌ମାନ୍ସକ୍‌ରେ। ଉକ୍ତ ସହରର ଉମବା ନଦୀ ଅଞ୍ଚଳ ରୁଷ ଓ ଫିନ୍‌ଲ୍ୟାଣ୍ଡର ବର୍ଡରରେ ରହିଛି। ଏହି ନଦୀ ଉପରେ ଏକ ମେଟାଲର ବ୍ରିଜ ତିଆରି ହୋଇଥିଲା। ହେଲେ କେହି ଦୁର୍ବୃତ୍ତ ଏହାକୁ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଫଟୋରେ ନଦୀ ଉପରିସ୍ଥ ଥିବା ବ୍ରିଜଟି ଚୋରି ହୋଇଯାଇଥିବା ଦେଖଇବାକୁ ମିଳିଛି। ଏନେଇ ନିକଟସ୍ଥ ପୋଲିସ ଥାନାରେ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି।

Share