ରାତାରାତି ନିର୍ମାଣ ହେଉଛି ବେଆଇନ ହମ୍ପ୍‌ସ: ପ୍ରଶାସନର ଅସହାୟତା କାରଣରୁ ଲୋକେ ହିନସ୍ତା

ଓଡ଼ଗାଁ,୨୨ା୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଓ ଶରଣକୁଳ ଥାନା ଅଞ୍ଚଳରେ ଦିନକୁ ବେଆଇନ ହମ୍ପ୍‌ସ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଦ୍ୱାହି ଦେଇ ଲୋକେ ପ୍ରଶାସନର ବିନା ଅନୁମତିରେ ରାତାରାତି ହମ୍ପ୍‌ସ ନିର୍ମାଣ କରୁଛନ୍ତି। ନିକଟସ୍ଥ କୈବଲ୍ୟପୁର ଛକରେ କେତେକ ବ୍ୟବସାୟୀ ରାସ୍ତା ଉପରକୁ ମାଡି ଆସି ବ୍ୟବସାୟ କରୁଥିବାରୁ ସେଠାରେ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସ୍ବାଭାବିକ। ଏପରିସ୍ଥଳେ ସେମାନେ ରାସ୍ତା ଅବରୋଧରୁ ନିବୃତ୍ତ ହେବା ବଦଳରେ ଓଡ଼ଗାଁ-ବାହାଡ଼ାଝୋଲା ରାସ୍ତା ଉପରେ ରାତାରାତି ସିିମେଣ୍ଟ କଂକ୍ରିଟରେ ୩ଟି ହମ୍ପ୍‌ସ ନିର୍ମାଣ କରି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ସ୍ଥାନୀୟ ସିନେମା ହଲ ଛକରେ କେତେକ ବ୍ୟବସାୟୀ ନିଜ ଘର ଆଗରେ ଗ୍ୟାସ ସିଲିଣ୍ଡର ଓ ବେପାର ସାମଗ୍ରୀ ମହଜୁଦ କରିବା ସହିତ ରାସ୍ତା ପାର୍ଶ୍ୱ ଅବରୋଧ କରି ରଖୁଥିବାରୁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ନିମନ୍ତେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୋମବାର ରାତିରେ ଉକ୍ତ ସ୍ଥାନରେ ମାତ୍ର ୨୦ ଫୁଟ ବ୍ୟବଧାନରେ ଦୁଇଟି କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯିବା ସହିତ ଏହାକୁ ସୁରକ୍ଷା ନିମନ୍ତେ ରାସ୍ତା ଉପରେ ମାଙ୍କଡା ପଥର ରଖି ରାସ୍ତା ଅବରୋଧ କରାଯାଇଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଫଟୋ ଉତ୍ତୋଳନ କରିଥିଲେ। ହେଲେ ସ୍ଥାନୀୟ ଲୋକେ ଫଟୋ ଉଠାଇବାକୁ ବିରୋଧ କରିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିବା କହିଥିଲେ। ଏ ନେଇ ପ୍ରତିନିଧି ପିଡବ୍ଲ୍ୟୁଡି ସହକାରୀ ଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଥାନା ଅଧିକାରୀ ବଂଶୀଧର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଭୟେ ଘଟଣାସ୍ଥଳରେ ପହଞ୍ଚତ୍ ବେଆଇନ ହମ୍ପ୍‌ସ ଭାଙ୍ଗିଦେବାକୁ ଲୋକଙ୍କୁ ତାଗିଦ କରିଆସିଥିବା ପ୍ରକାଶ କରିଛନ୍ତି। ସେହିପରି ରାସ୍ତା ଉପରେ ରନ୍ଧନ ଗ୍ୟାସ ସିଲିଣ୍ଡର ବେପାର ହେଉଥିବା ନେଇ ଅଗ୍ନିଶମ ଅଧିକାରୀ ପ୍ରତାପ ପ୍ରଧାନ ଓ ବ୍ଲକ ଯୋଗାଣ ଅଧିକାରୀ ସୁବ୍ରତ କୁମାର ମଲ୍ଲିକଙ୍କୁ ପଚାରିବାରୁ ଉଭୟ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ନିକଟସ୍ଥ ନନ୍ଦିଘୋର ଓ ଶରଣକୁଳରେ ମଦ୍ୟପ ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟି ଦୁଇଜଣ ପ୍ରାଣ ହରାଇଥିଲେ। ହେଲେ ସେଠାରେ ଗ୍ରାମବାସୀଙ୍କ ଜିଦ୍‌ ଆଗରେ ପ୍ରଶାସନ ଅସହାୟତା ପ୍ରକାଶ କରିବା ସହିତ ନନ୍ଦିଘୋରରେ ୩୦ ଓ ଶରଣକୁଳରେ ୬ଟି ସିମେଣ୍ଟ କଂକ୍ରିଟ ହମ୍ପ୍‌ସ ନିର୍ମାଣ କରାଯାଇଥିଲା। ଏହିସବୁ ବେଆଇନ ହମ୍ପ୍‌ସ ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ରୋଗୀ, ବୃଦ୍ଧାବୃଦ୍ଧ ଓ ଗର୍ଭବତୀ ମହିଳାଙ୍କ ଦୁର୍ଦ୍ଦଶା ଅବର୍ଣ୍ଣନୀୟ। ଜିଲା ପ୍ରଶାସନ ଏ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri