ରାତିଅଧିଆ ବିଧାୟକଙ୍କ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ଭଦ୍ରକ ଅଫିସ,୨୦।୧୨: ଭଦ୍ରକ ବିଧାୟକ ସଞ୍ଜୀବ ମଲିକ ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି।
ସେ ରାତିରେ ରୋଗୀସେବା ନିରୀକ୍ଷଣ କରିବା ସହ ରୋଗୀଙ୍କୁ କିଭଳି ସେବା ଦିଆଯାଉଛି, ଖାଦ୍ୟ ଠିକ୍‌ ଭାବେ ଦିଅଯାଉଛି କି ନାହିଁ ପଚାରି ବୁଝିଥିଲେ। ଏହା ସହ ଚିକିତ୍ସାଳୟରୁ ରୋଗୀଙ୍କୁ ଔଷଧ ଯୋଗାଇ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ତେବେ ବିଧାୟକଙ୍କ ଏଭଳି ରାତିଅଧିଆ ଗସ୍ତ କର୍ମଚାରୀଙ୍କ ମହଲରେ ଭୟ ସୃଷ୍ଟି କରିଛି।