Categories: ଫୁରସତ

ରାତିରେ କଲିଂ ବେଲ୍‌ ବଜାଇ କରୁଥିଲେ ହଇରାଣ, ପରିଣତି ହେଲା ଏପରି

ମୁମ୍ବାଇ: ଦୁନିଆରେ ଭିନ୍ନ ଧରଣର ଲୋକ ଅଛନ୍ତି। ଜଣେ ଜଣେ ଅନ୍ୟମାନଙ୍କୁ ହଇରାଣ କରି ବେଶ୍‌ ଆନନ୍ଦ ପାଇଥା’ନ୍ତି। ମାତ୍ର ଏହି ଆନନ୍ଦ ଯେ ଦିନେ ସେମାନଙ୍କୁ ଅସୁବିଧାରେ ପକାଇବ ସେ କଥା କେବେ ଭାବି ନ ଥା’ନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇରେ। ଏଠାକାର ଜଣେ ୩୭ ବର୍ଷୀୟ ଯୁବକ ପ୍ରତିଦିନ ବିଳମ୍ବିତ ରାତିରେ ଲୋକଙ୍କ ଡୋରରେ କଲିଂ ବେଲ୍‌ ବଜାଇ ଦୌଡ଼ି ପଳାନ୍ତି। ଫଳରେ ଲୋକଙ୍କ ନିଦ ଭାଙ୍ଗିଯାଏ। ଉଠି ଚାରିଆଡ଼େ ଖୋଜାଖୋଜି କରନ୍ତି ମାତ୍ର କୌଣସି ସନ୍ଧାନ ପାଆନ୍ତି। ନାହିଁ। ଏହିପରି ପ୍ରତିଦିନ ରାତିରେ ସେ ପ୍ରତ୍ୟେକ ଲୋକଙ୍କ କଲିଂ ବେଲ୍‌ ମାରିଥା’ନ୍ତି। କଥାରେ ଅଛି ଚୋର ଘର ସବୁଦିନେ ଅନ୍ଧାର ନ ଥାଏ। କିଏ ଏପରି କରୁଛି ଜାଣିବା ପାଇଁ ଲୋକମାନେ ଡୋର ବେଲ୍‌ରେ କିଛି ରଙ୍ଗ ବୋଲିଦେଲେ। ଯେତେବେଳେ ଏହି ଯୁବକ ଜଣଙ୍କ ବେଲ୍‌ ବଜାଇ ଦୌଡ଼ି ପଳାଉଥିଲେ ଲୋକେ କାବୁ କରି ନେଇ ହାତରେ ରଙ୍ଗ କେମିତି ଲାଗିଲା ବୋଲି ପ୍ରଶ୍ନ କଲେ। ମାତ୍ର ଉକ୍ତ ଯୁବକଙ୍କ ନିକଟରେ କୌଣସି ଉତ୍ତର ନ ଥିଲା। ପରେ ସେ ଲୋକମାନଙ୍କୁ ଗାଳିଗୁଲଜ କଲେ। ଗ୍ରାମବାସୀ ଏକାଠି ହୋଇ ପୋଲିସକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଗିରଫ କରିଛି।

Share