ରାତିରେ ଖରାପ ଏବଂ ଭୟଙ୍କର ସ୍ବପ୍ନ ଦେଖୁଛନ୍ତି କି? ତା’ହେଲେ ଆପଣାନ୍ତୁ ଏହି ଉପାୟ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ବପ୍ନ ଆସିଥାଏ, ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ବାସ୍ତୁର କିଛି ସରଳ ଉପାୟକୁ ଧ୍ୟାନରେ ରଖି ବ୍ୟକ୍ତି ଖରାପ ଏବଂ ଭୟଙ୍କର ସ୍ବପ୍ନରୁ ମୁକ୍ତି ପାଇପାରିବେ।
*ଅସଜଡ଼ା ବିଛଣାରେ ଶୋଇଲେ ଭୟଙ୍କର ସ୍ବପ୍ନ ଆସିଥାଏ। ଏଥିପାଇଁ ଶୋଇବା ପୂର୍ବରୁ ବିଛଣାକୁ ସଫା କରିବା ଉଚିତ।
*କାଗଜ କିମ୍ବା କପଡ଼ାରେ ଅଳ୍ପ ହଳଦିଆ ଚାଉଳ ବାନ୍ଧି ତକିଆ ତଳେ ରଖିବା ଦ୍ୱାରା ସ୍ବପ୍ନରୁ ରକ୍ଷା ମିଳିଥାଏ।
* ଆଗକାଳରେ ରାତିରେ କେଶକୁ ଖୋଲା ରଖିବା ଅନୁଚିତ ବୋଲି କୁହାଯାଏ। କାରଣ ରାତିରେ କେଶ ଖୋଲି ଶୋଇଲେ ଖରାପ ସ୍ବପ୍ନ ଆସିଥାଏ ବୋଲି ବିଶ୍ୱାସ ରହିଛି।

*ପଲଙ୍କ ଆଖପାଖରେ କିମ୍ବା ତଳେ ଜୋତା-ଚପଲ ରହିଥିଲେ ଖରାପ ସ୍ବପ୍ନ ଆସିବାର ଏକ କାରଣ ବୋଲି କୁହାଯାଏ। ତେଣୁ ଖଟ ତଳେ ଏହିସବୁ ଜିନିଷକୁ ରଖନ୍ତୁ ନାହିଁ।
*ଯେଉଁ ଚାଦରରେ ଡାର୍କ କିମ୍ବା ହିଂସ୍ରକ ପଶୁର ଚିତ୍ର ଥାଏ ତାହାର ବ୍ୟବହାର କରିବା ଅନୁଚିତ। ଏଥିସହ ଫଟା ଚାଦରକୁ ମଧ୍ୟ ବ୍ୟବହାର କରିବା ଠିକ୍‌ ନୁହେଁ।
*ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ କି ଭୟରେ ଯଦି ହଠାତ୍‌ ଉଠିପଡନ୍ତି ତେବେ ନିଜ ତକିଆ ତଳେ ୫/୬ଟି ଛୋଟ ଅଳେଇଚ କପଡାରେ ବାନ୍ଧି ରଖିବା ଦ୍ୱାରା ଏଥିରୁ ରକ୍ଷା ମିଳିଥାଏ।
*ବାସ୍ତୁ ଅନୁସାରେ ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ ତକିଆ ତଳେ କିମ୍ବା ପାଖରେ ଛୁରି ରଖନ୍ତୁ। ଛୁରି ନ ଥିଲେ କଇଁଚି, ନେଲ୍‌ କଟର, କଣ୍ଟା ଆଦି ମଧ୍ୟ ତକିଆ ତଳେ ରଖିପାରିବେ। ଏହାଦ୍ୱାରା ଡର ଲାଗି ନ ଥାଏ।
*ସେହିପରି ତମ୍ବାପାତ୍ରରେ ଜଳ ଭରି ବିଛଣା ପାଖରେ ରଖିଦିଅନ୍ତୁ ଓ ସକାଳୁ ଉଠି ସେହି ପାଣିକୁ ଗଛରେ ପକାନ୍ତୁ। ଦେଖିବେ ଆପଣଙ୍କ ଏହି ଦୁଃସ୍ବପ୍ନ ସମସ୍ୟା ଦୂର ହୋଇଯିବ।