ରାତିରେ ପିଲା ବିଛଣାରେ ପରିସ୍ରା କରୁଛନ୍ତି କି… ଜାଣନ୍ତୁ, କିପରି ପାଇବେ ମୁକ୍ତି

ଖଜୁରି କୋଳି ସ୍ବାସ୍ଥ୍ୟ ଉପକାରୀ। ଏଥିରେ ଭିଟାମିନ୍‌ ଇ ଓ ବି ସହିତ ପୋଷକତତ୍ତ୍ୱ ରହିଥାଏ। ଏହା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଶୀତଦିନେ ଏହାକୁ ଗରମ କ୍ଷୀରରେ ପକାଇ ପିଇବା ଫଳରେ ଅନେକ ଫାଇଦା ମିଳିଥାଏ। ତେବେ ଜାଣନ୍ତୁ ଶୀତଦିନେ ଗରମ କ୍ଷୀରରେ ଖଜୁରି କୋଳି ଚୋପା ମିଶାଇ ପିଇବା ଫଳରେ କେଉଁ ସବୁ ଫାଇଦା ମିଳିଥାଏ।

* ଗରମ କ୍ଷୀରରେ ଖଜୁରି କୋଳିର ଉପର ଚୋପା ଅଂଶ ମିଶାଇ ପିଇଲେ ଶରୀରକୁ ଶକ୍ତି ମିଳିଥାଏ। ମଧୁମେହ ରୋଗୀଙ୍କ ଲାଗି ଖଜୁରି କୋଳି ମଧ୍ୟ ଉପକାରୀ। ଏହାକୁ ନିୟମିତ ଖାଇବାର ୬ ମାସ ମଧ୍ୟରେ ମଧୁମେୟ ନିୟନ୍ତ୍ରିତ ହୋଇଥାଏ।

* ଏହାକୁ କ୍ଷୀରରେ ପକାଇ ଫୁଟାଇ ପିଇବା ଫଳରେ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିଥାଏ। ୨ କିମ୍ବା ୪ଟି ଖଜୁରି କୋଳିକୁ କ୍ଷୀରରେ ଫୁଟାଇ ପିଇବା ଫଳରେ ହୃଦ୍‌ଘାତରୁ ମଧ୍ୟ ଉପଶମ ମିଳିଥାଏ।

* ସାଧାରଣତଃ ଛୋଟ ପିଲାମାନେ ରାତିରେ ବିଛଣାରେ ପରିସ୍ରା କରିଥାଆନ୍ତି। କ୍ଷୀରରେ ଖଜୁରି କୋଳି ଚୋପା ମିଶାଇ ଫୁଟାଇ ପିଇବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ।

* ଦାନ୍ତମାଢ଼ିରୁ ରକ୍ତ ବାହାରୁଥିଲେ, ଏହାକୁ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।

* ମହିଳାମାନଙ୍କ ମାସିକ ଧର୍ମ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ମଧ୍ୟ ଖଜୁରି କ୍ଷୀର ମୁକ୍ତି ଦେଇଥାଏ।