A bowl of plain basmati rice
ପ୍ରାୟ ଲୋକ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଭାତରୁ କ’ଣ ଉପକାର ମିଳିଥାଏ ତାହା ଅନେକଙ୍କୁ ନ ଥିବ। ଭାତରେ ଭିଟାମିନ୍ ଏବଂ ମିନେରାଲ ରହିଥାଏ। ଯାହା ପତଳା ଝାଡ଼ା ବନ୍ଦ କରିଥାଏ। ଭାତ ଆଜ୍ମା ରୋଗୀଙ୍କ ପାଇଁ ବହୁ ଲାଭଦାୟକ।
ଭାତ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ। ଏଥିରୁ ଶରୀରକୁ କାର୍ବୋହାଇଡ୍ରେଡ୍ ମିଳିଥାଏ। ଯେଉଁଥିରେ ମସ୍ତିଷ୍କ ଭଲ ଭାବେ କାମ କରିଥାଏ। ରାତିରେ ଭାତ ସହିତ ଡାଲି ଖାଇଲେ ପେଟଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହା ପାଚନ କ୍ରିୟାକୁ ନିୟନ୍ତ୍ରିତ କରିଥାଏ।
ଫଳରେ ଓଜନ ଠିକ୍ ରହେ। ଭାତରେ ଥିବା ସୋଡିୟମର ମାତ୍ରା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ଯାହା ରକ୍ତଚାପ ଏବଂ ଡିପ୍ରେସନ ସମସ୍ୟା ଦୂର କରିଥାଏ। ଭାତରେ ମେଥିଓନିନ୍, ଭିଟାମିନ୍ ବି ୧ ରହିଛି। ଫଳରେ ତ୍ୱଚା ସମସ୍ୟାରୁ ମୁକ୍ତି ଦେଇଥାଏ। ଭାତରେ ଅଧିକ ପରିମାଣର ଫାଇବର ଥାଏ।
ଯାହା ପାଚନତନ୍ତ୍ରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ। ଭାତରେ କ୍ୟାଲସିୟମ, ଆଇରନ, ଥାୟାମିନ୍, ଭରପୂର ରହିଛି। ଯାହା ଆମ ପାଇଁ ଫଳପ୍ରଦ। ଭାତ ଖାଇଲେ କ୍ୟାନ୍ସର ଆଶଙ୍କା କମ୍ ହୋଇଥାଏ।