ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ ଶୁଣିଲେ ଶରୀର ସୁଢ଼ୋଳ ହୋଇଥାଏ। ଏନେଇ ଭିଏନା ବିଶ୍ୱ ବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବୋଲି ଗବେଷକ କହିଛନ୍ତି। ସଙ୍ଗୀତର ପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ। ଫଳରେ କେତେକ ଉପଯୋଗୀ ରାସାୟନିକ ପଦାର୍ଥ ସହିତ ଭିଟାମିନ୍‌-ଇ ଥିବା ହରମୋନ୍‌ କ୍ଷରଣ ହୁଏ। ଏସବୁ ଏଜିଂ ସମସ୍ୟାକୁ ଦୂର କରଥାଏ। ସାଧାରଣତଃ ବୟସ ବଢ଼ିବା ସହିତ ତ୍ୱଚାରେ ଭାଙ୍ଗ ସୃଷ୍ଟି ହୁଏ। ମାତ୍ର ଭିଟାମିନ୍‌-ଇ ତ୍ୱଚାରେ ଭାଙ୍ଗ ସୃଷ୍ଟି ହେବାକୁ ଦେଇ ନ ଥାଏ ଓ ମନକୁ ସବୁବେଳେ ପ୍ରଫୁଲ୍ଲ ରଖିଥାଏ। ସଙ୍ଗୀତରୁ ସୃଷ୍ଟି ହେଉଥିବା କମ୍ପନ ଶରୀରର ବିଭିନ୍ନ ଆଡ୍ରାନାଲିନ୍‌ ହରମୋନ୍‌ କ୍ଷରଣ ଉପରେ ପ୍ରଭାବ ପକାଇଥାଏ। ଫଳରେ ଶରୀର ସୁନ୍ଦର ଏଂ ସୁଢ଼ୋଳ ହୋଇଥାଏ ବୋଲି ଏହି ରିପୋର୍ଟ ଦର୍ଶାଯାଇଛି।

Share